ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମସଙ୍ଗ ଫୋନ କିଣିବାକୁ ଥିବା ଇଛୁକ ଗ୍ରାହକଙ୍କ ପାଇଁ ଖୁସୀ ଖବର । ଭାରତରେ କମ୍ପାନୀ ତାର ସାମସଙ୍ଗ ଗାଲାକ୍ସି ଏସ୨୨ ସିରିଜ୍ ଫୋନ ଲଞ୍ଚ କରିଛି । ଫେବୃଆରୀ ୯ରେ ଇଂଟରନାସନାଲ ମାର୍କେଟରେ ଏହି ସିରିଜ୍ ଲଞ୍ଚ କରିଥିଲା କମ୍ପାନୀ । ଏହି ସିରିଜ୍ ର ତିନୋଟି ସ୍ମାର୍ଟଫୋନ ଲଞ୍ଚ କରିଥିଲା କମ୍ପାନୀ । ସାମସଙ୍ଗର ଏହା ଫ୍ଲାଗସିପ୍ ସିରିଜ୍ ଏବଂ ସେହି ଅନୁଯାୟୀ କମ୍ପାନୀ ସାମସଙ୍ଗ ଗାଲାକ୍ସି ଏସ୨୨, ଗାଲାକ୍ସି ଏସ୨୨ ପ୍ଲସ ଏବଂ ଗାଲାକ୍ସି ଏସ୨୨ ଅଲ୍ଟ୍ରା ଲଞ୍ଚ କରିଛି । ତେବେ ଆସନ୍ତୁ ଜାଣିବା ଏହି ଫୋନର ଦାମ୍ ଓ ସ୍ୱତନ୍ତ୍ରତା ।
ଗାଲାକ୍ସି ଏସ୨୨ ର ୧୨୮ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୭୨,୯୯୯ ଟଙ୍କା ରଖାଯାଇଥିବା ବେଳେ ୨୫୬ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ରହିଛି ୭୬,୯୯୯ ଟଙ୍କା । ସେହିପରି ସାମସଙ୍ଗ ଗାଲାକ୍ସି ଏସ୨୨ ପ୍ଲସର ୨୫୬ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟା ଦାମ୍ ୮୮,୯୯୯ ଟଙ୍କା । ସମସ୍ତ ମଡେଲରେ ୮ଜିବି ର୍ୟାମ ମିଳିବ ।
ସାମସଙ୍ଗ ଗାଲାକ୍ସି ଏସ୨୨ ପ୍ଲସ ଅଲ୍ଟ୍ରା ର ୨୫୬ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୧,୦୯,୯୯୯ ଟଙ୍କା ରଖାଯାଇଥିବା ବେଳେ ୫୧୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୧,୧୮,୯୯୯ ଟଙ୍କା ଏବଂ ଗାଲାକ୍ସି ଏସ୨୨ ପ୍ଲସ ଅଲ୍ଟ୍ରାର ଦୁଇଟି ଷ୍ଟୋରେଜ ଭ୍ୟାରିଆଣ୍ଟରେ ୧୨ଜିବି ର୍ୟାମ ଦିଆଯାଇଛି ।
ସାମସଙ୍ଗ ଗାଲାକ୍ସି ଏସ୨୨ ସିରିଜ୍ ରେ ଡାୟନାମିକ୍ ଆମୋଲେଡ ୨ଏକ୍ସ ଡିସପ୍ଲେ ଦିଆଯାଇଛି । ଯେଉଁଥିରେ ଗାଲାକ୍ସି ଏସ୨୨, ଗାଲାକ୍ସି ଏସ୨୨ ପ୍ଲସ ଏବଂ ଗାଲାକ୍ସି ଏସ୨୨ ଅଲ୍ଟ୍ରା ରହିଛି । ଏଥିରେ ୬.୧ ଇଂଚ, ୬.୬ ଇଂଚ ଏବଂ ୬.୮ ଇଂଚର ସ୍କ୍ରିନ୍ ରହିଛି ।