ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କୁ ଝଟକା ଦେଇଛି ଦେଶର ସବୁଠାରୁ ବଡ ବ୍ୟାଙ୍କ ମାନେ ଭାରତୀୟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) । ଫିକ୍ସଡ ଡିପୋଜିଟ ଉପରେ ମିଳୁଥିବା ସୁଧ ଦରକୁ ଗୋଟେ ମାସ ଭିତରେ ଦୁଇଥର ହ୍ରାସ କରିଛି ଏସବିଆଇ । ଯେଉଁ ବ୍ୟକ୍ତି ଦୁଇ କୋଟି ଟଙ୍କା ତଳକୁ ଫିକ୍ସଡ ଡିପୋଡିଟ୍ ମାରିଛନ୍ତି । ସେମାନଙ୍କ ପାଇଁ ଏସବିଆଇ ଏହି ଘୋଷଣା କରିଛି। ଏହି ନୂତନ ଦର ୧୦ ମାର୍ଚ୍ଚ ୨୦୨୦ ରୁ ଲାଗୁ ହୋଇଛି ।
ତେବେ ଆସନ୍ତୁ ଜାଣିବା ଦୁଇ କୋଟିରୁ କମ ଫିକ୍ସଡ ଡିପୋଜିଟ୍ ଉପରେ ଆପଣଙ୍କୁ କେତେ ସୁଧ ମିଳିବ ।
ମାର୍ଚ୍ଚ ୧୦ ରୁ ସାଧାରଣ ନାଗରିକଙ୍କ ପାଇଁ ନୂତନ ଦର ୪ ପ୍ରତିଶତ ହୋଇଥିବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ଦର ୪.୫୦ ପ୍ରତିଶତ ହୋଇଛି । ଯାହାର ଅବଧି ୭ ରୁ ୪୫ ଦିନ ରହିଛି ।
ସେହିପରି ୪୬ ରୁ ୧୭୯ ଦିନର ଅବଧିରେ ସାଧାରଣ ନାଗରିକଙ୍କ ପାଇଁ ୫ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୫.୫୦ ପ୍ରତିଶତ ।
୧୮୦-୨୧୦ ଦିନର ଅବଧିରେ ସାଧାରଣ ନାଗରିକଙ୍କ ପାଇଁ ୫.୫୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୬.୦୦ ପ୍ରତିଶତ
୨୧୧ ରୁ ଏକ ବର୍ଷର ଅବଧିରେ ସାଧାରଣ ନାଗରିକଙ୍କ ପାଇଁ ୫.୫୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୬.୦୦ ପ୍ରତିଶତ ।
ଏକ ବର୍ଷରୁ ଦୁଇ ବର୍ଷର ଅବଧିରେ ସାଧାରଣ ନାଗରିକଙ୍କ ପାଇଁ ୫.୯୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୬.୪୦ ପ୍ରତିଶତ
ଦୁଇରୁ ତିନି ବର୍ଷ, ତିନିରୁ ପାଞ୍ଚ ବର୍ଷ ଏବଂ ପାଞ୍ଚ ବର୍ଷରୁ ୧୦ ବର୍ଷ ଅବଧିରେ ସାଧାରଣ ନାଗରିକଙ୍କ ପାଇଁ ୫.୯୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୬.୪୦ ପ୍ରତିଶତ ।