ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରକୋପରେ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଇତି ମଧ୍ୟରେ ଭାରତର ସବୁଠାରୁ ବଡ ବ୍ୟାଙ୍କ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତାର ଗ୍ରାହକଙ୍କୁ ବଡ ଝଟକା ଦେଇଛି । ଏସବିଆର ତାର ରିଟେଲ ଟର୍ମ ଟିପୋଜିଟ୍ ମାନେ ଫିକ୍ସଡ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ଦର କୁ ହ୍ରାସ କରି ଦେଇଛି ।
ଏହି ନୂତନ ଦର ଆଜିଠାରୁ ମାନେ ମାର୍ଚ୍ଚ ୨୮ ରୁ ଲାଗୁ ହୋଇ ଯାଇଛି । ଏହାପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ଫିକ୍ସଡ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ଦରକୁ ଏସବିଆଇ ହ୍ରାସ କରିଥିଲା । ରିଟେଲ ଟର୍ମ ଡିପୋଜିଟ୍ ର ସୁଧ ଦରରେ ୨୦ ରୁ ୫୦ ଆଧାର ଅଙ୍କ ଅନୁଯାୟୀ କମ କରାଯାଇଛି ।
ସୂଚନାଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ପକ୍ଷରୁ ଇଣ୍ଡିଆ ଶୁକ୍ରବାର ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟରେ ହ୍ରାସ କରାଯାଇଥିଲା । ସେହିଅନୁଯାୟୀ ରେପୋ ରେଟ୍ ୫.୧୫ ପ୍ରତିଶତ ରୁ ହାସ ହୋଇ ୪.୪୦ ପ୍ରତିଶତ ହୋଇଯାଇଛି । ଏହି ରେପୋ ରେଟ୍ ହ୍ରାସ ହେବା ଦ୍ୱାରା ସମସ୍ତ ପ୍ରକାରର ଋଣ ଶସ୍ତା ହୋଇଯିବ ।