ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ଏବେ ଗ୍ରାହକମାନଙ୍କ ପାଇଁ ଏକ ଫାଇଦା ଆଣିବାକୁ ଯାଉଛି । ପ୍ରକୃତରେ ଅଗଷ୍ଟ ପହିଲାରୁ ବ୍ୟାଙ୍କର ନେଣଦେଣ ସହ ଜଡିତ ସେବା ଆଇଏମପିଏସ ସର୍ଭିସକୁ ସମ୍ପୂର୍ଣ୍ଣ ମାଗଣା କରିବାକୁ ଯାଉଛି । ଏହାର ଅର୍ଥ ଏହି ୧୦ ଦିନ ପରେ ଆପଣଙ୍କୁ ଆଇଏମପିଏସ ଦ୍ୱାରା ଟଙ୍କା ଟ୍ରାନ୍ସଫର କରିବାରେ କୌଣସି ପ୍ରକାର ଟଙ୍କା ଲାଗିବ ନାହିଁ । ରିପୋର୍ଟ ମୁତାବକ ଆଇଏମନିଏସ ଜରିଆରେ ଟଙ୍କା ଟ୍ରାନ୍ସଫର କରିବା ଲାଗି ବ୍ୟାଙ୍କ ଚାର୍ଜ ଲଗାଉଥିଲା, କିନ୍ତୁ ଏବେ ଅଗଷ୍ଟ ୧ ରୁ ଏହି ଚାର୍ଜକୁ ବନ୍ଦ କରିଦିଆଯିବ ।
ଏସବିଆଇ ଏହାପୂର୍ବରୁ ଏନଏଫଟି ଚାର୍ଜ ୟୋନୋ ଏବଂ ଆରଟିଜିଏସକୁ ଇଂଟରନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ ବ୍ୟାଙ୍କିଂ ଗ୍ରାହକମାନଙ୍କ ପାଇଁ ଜୁଲାଇ ୧ ରୁ ବନ୍ଦ କରିଦେଇଥିଲେ । ଏବେ ବ୍ୟାଙ୍କ ପକ୍ଷରୁ ଆଇଏମପିଏସ ର ଚାର୍ଜ ୟୋନୋ, ଇଂଟରନେଟ ବ୍ୟାକିଂ ଏବଂ ମୋବାଇଲ ବ୍ୟାକିଂ ଗ୍ରାହକଙ୍କ ପାଇଁ ଏହା ବି ଅଗଷ୍ଟ ୧ ରୁ ବନ୍ଦ ହୋଇଯିବ ।
ଖବରମୁତାବକ, ଏସବିଆଇରେ ମାର୍ଚ୍ଚ ୩୧, ୨୦୧୯ ପର୍ଯ୍ୟନ୍ତ ୬ କୋଟି ଇଂଟରନେଟ ବ୍ୟାଙ୍କିଂ ବ୍ୟବହାର କରୁଥିବା ଗ୍ରାହକ ଥିଲେ । ସେହିପରି ମୋବାଇଲ ବ୍ୟାଙ୍କିଂ ର ବ୍ୟବହାର ପାଖାପାଖି ୧.୪୧ ଗ୍ରାହକ କରୁଥିଲେ । ଏହାସହିତ ଡିଜିଟାଲ ପ୍ଲାଟଫର୍ମ ୟୋନୋ ରେ ଏସବିଆଇ ର ପାଖାପାଖି ଏକ କୋଟି ୟୁଜର୍ସ ରହିଛନ୍ତି ।
ବ୍ୟାଙ୍କର କହିବାନୁଯାୟୀ, ଆଇଏମପିଏସ,ଏନଏଫଟି ଏବଂ ଆରଟିଜିଏସ ଚାର୍ଜ ବନ୍ଦ କରିବା ଦ୍ୱାରା ଡିଜିଟାଲ ଟ୍ରାଞ୍ଜାକ୍ସନ ବଢିପାରେ । ଏହାସହିତ ବ୍ୟାଙ୍କ ତାର ବ୍ରାଞ୍ଚ ନେଟୱାର୍କ ଜରିଆରେ ଆରଟିଜିଏସ ଏବଂ ଏନଏଫଟି କରୁଥିବା ଗ୍ରାହକଙ୍କ ପାଇଁ ୨୦ ପ୍ରତିଶତ ଚାର୍ଜ କମ କରି ଦେଇଛି ।
ଆଇଏମପିଏସ ର ସବୁଠାରୁ ଭଲ ଫାଇଦା ହେଉଛି ଏହି ସର୍ଭିସ ଜରିଆରେ ଆପଣ ୨୪ଞ୍ଚ୭ ଘଣ୍ଟା ଫଣ୍ଡ ଟ୍ରାନ୍ସଫର କରିପାରିବେ । ଏହାସହିତ ଏହାଦ୍ୱାରା ବହୁତ ଶୀଘ୍ର ଟଙ୍କା ଟ୍ରାନ୍ସଫର ହୋଇ ଯାଇଥାଏ । ଛୁଟି ଦିନମାନଙ୍କରେ ବି ଆପଣ ଏହି ସେବାକୁ ବ୍ୟବହାର କରି ପାରିବେ ।