ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନ ଦେଶରେ ଅର୍ଥିକ ସ୍ଥିତି ମାନ୍ଦା ଅବସ୍ଥା ଚାଲିଥିବା ବେଳେ ବୁଧବାର ଦିନ ସେନସେକ୍ସ ୪୦,୦୦୦ ମାର୍କ ଟପିଛି । ପୂଜାମାସ ଥିବା ହେତୁ ସେନସେକ୍ସ ବୃଦ୍ଧି ପାଇଛି । ପୂଜା ମାସ ହୋଇଥିବାରୁ ଅଧିକ ଆର୍ଥିକ କାରବାର ଘଟିଥିବା ଫଳରେ ସେନସେକ୍ସର ବୃଦ୍ଧି ହେଉଥିବା ଜଣାପଡିଛି । ଜୁଲାଇ ମାସ ଠାରୁ ପ୍ରଥମ ଥର ପାଇଁ ସେନସେକ୍ସ ମାର୍କ ଟପିଥିବା ଜଣାପଡିଛି ।
୪୦, ୩୧୨ମାର୍କରେ ଜୁନ ୪ତାରିଖରେ ସେନସେକ୍ସ ସର୍ବକାଳୀନ ଶୀର୍ଷରେ ପହଞ୍ଚିଥିଲା । ଚାରିମାସ ମଧ୍ୟରେ ସବୁଠାରୁ ଊଦ୍ଧ୍ୱର୍ ୧୧, ୭୮୭କୁ ବୃଦ୍ଧି ପାଇଛି । ବୁଧବାର ଦିନ ଏସ ଆଣ୍ଡ ପି ବିଏସଇ ସେନସେକସ ୩୯, ୮୩୧.୮୪ ପଏଣ୍ଟରେ ବନ୍ଦ ହୋଇଯାଇଥିଲା । ଯାହା ପୂର୍ବଠାରୁ ୧.୪୮% ଅଧିକ ରହିଛି । ମଙ୍ଗଳବାର ଦିନ ଷ୍ଟକ ମାର୍କେଟ ନିମନ୍ତେ ସରକାରଙ୍କ ଠାରୁ ଟ୍ୟାକ୍ସ ବୋନାଞ୍ଜାକୁ ମଧ୍ୟ ଭାରତୀୟ ଇକ୍ୱିଟିକୁ ବଢାଇ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଡିଭିଡେଣ୍ଟ ଡିଷ୍ଟ୍ରିବ୍ୟୁସନ ଉଠାଇ ଦେବା ଫଳରେ ସେୟାର ମାର୍କେଟ ବୃଦ୍ଧି ଘଟୁଛି ବୋଲି ଜଣାପଡୁଛି ।