ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁତ ଶୀଘ୍ର ନୂତନ ସ୍ମାର୍ଟଫୋନ୍ Sony Xperia 1 III ଲଞ୍ଚ କରିପାରେ ସୋନି । ଏହି ଫୋନ୍ ରେ ଅନେକ ପ୍ରିମିୟମ ଫିଚର ମିଳିବ । ଏହା କମ୍ପାନୀର ଫ୍ଲାଗସିପ୍ ଡିଭାଇସ ହୋଇପାରେ । କିନ୍ତୁ ଫୋନ୍ ଲଞ୍ଚ ହେବା ପୂର୍ବରୁ ଏହାର ସ୍ପେସିଫିକେସନ ବିଷୟରେ ସୂଚନା ମିଳିଛି ।
ଲିକ୍ ହୋଇଥିବା ସୂଚନା ମୁତାବକ, ଏହି ଫୋନ୍ ରେ ୧୨୦ଏଚଜେଡ ର ରିଫ୍ରେସ ରେଟ ସହିତ ୬.୫ ଇଂଚର ୪କେ ଏଚଡିଆର ଓଏଲଇଡି ଡିସପ୍ଲେ ଦିଆଯାଇଛି । ଏଥିରେ ୧୨ ଜିବି ପର୍ଯ୍ୟନ୍ତ ର୍ୟାମ ଏବଂ ୫୧୨ ଜିବି ପର୍ଯ୍ୟନ୍ତ ଇଂଟରନାଲ ଷ୍ଟୋରେଜ ଦିଆଯାଇପାରେ । ପ୍ରୋସେସର କଥା ଯଦ କହିବା ଏଥିରେ ସ୍ନାପଡ୍ରାଗନ ୮୮୮ ଚିପସେଟ୍ ର ଆସିବ ।
ଫୋଟୋଗ୍ରାଫି ପାଇଁ ଏହି ଫୋନ୍ ରେ ଏଲଇଡି ପ୍ଲାସ ସହିତ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇପାରେ । ଏଥିରେ ୬୪ ମେଗାପିକ୍ସଲର ପ୍ରାଇମେରୀ ଲେନ୍ସ ସହିତ ୧୨ ମେଗାପିକ୍ସଲର ଅଲ୍ଟ୍ରା-ୱାଇଡ ଆଙ୍ଗେଲ ଲେନ୍ସ ଏବଂ ୧୨ ମେଗାପିକ୍ସଲର ପେରିସ୍କୋପ ସେଂସର ଲେନ୍ସ ମିଳିପାରେ ।
ଫୋନ୍ ରେ କମ୍ପାନୀ ୬୫ ୱାଟ୍ ର ଫାଷ୍ଟ ଚାର୍ଜିଂ ସହିତ ୫୦୦୦ ଏମଏଏଚ ର ବ୍ୟାଟେରୀ ଅଫର କରିପାରେ । କମ୍ପାନୀ ଏହି ଫୋନ୍ କୁ ଜୁନ୍ ମାସରେ ଚୀନ୍ ରେ ଲଞ୍ଚ କରିପାରେ । ଏହାର ଦାମ୍ ୮୯୯୯ ୟୁଆନ ଅର୍ଥାତ ପାଖାପାଖି ଏକ ଲକ୍ଷ ଟଙ୍କାର ପ୍ରାଇସଟ୍ୟାଗ ସହିତ ଏଂଟ୍ରି କରିପାରେ ।