ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀ ମୁକାବିଲା ଲାଗି ଶନିବାର ଟାଟା ସମୂହ ପକ୍ଷରୁ ୧୫୦୦ କୋଟି ଟଙ୍କାର ସହାୟତା ଦେବା ପାଇଁ ଘୋଷଣା କରାଯାଇଛି । ସେହି ଅନୁଯାୟୀ କରୋନା ମହାମାରୀକୁ ରୋକିବା ପାଇଁ ଏବଂ ସେହି ସମ୍ବନ୍ଧୀୟ ଗତିବିଧି ପାଇଁ ଟାଟା ସନ୍ସ ୧୦୦୦ କୋଟିର ସହାୟତା ରାଶି ଘୋଷଣା କରିଥିବା ବେଳେ ଏହାପୂର୍ବରୁ ଟାଟା ଟ୍ରଷ୍ଟ ୫୦୦ କୋଟି ଟଙ୍କା ସହାୟତା କରିବା ପାଇଁ ଘୋଷଣା କରିଛି ।
The COVID 19 crisis is one of the toughest challenges we will face as a race. The Tata Trusts and the Tata group companies have in the past risen to the needs of the nation. At this moment, the need of the hour is greater than any other time. pic.twitter.com/y6jzHxUafM
— Ratan N. Tata (@RNTata2000) March 28, 2020
ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ ଏକ ବୟାନରେ କହିଛନ୍ତି କି, ଟାଟା ସମୂହ ଭେଣ୍ଟିଲେଟର ପ୍ରସ୍ତୁତିି ବି କରୁଛି ଏବଂ ବହୁତ ଶୀଘ୍ର ଭାରତରେ ବି ଏହାର ନିର୍ମାଣ ପାଇଁ ପ୍ରସ୍ତୁତି ଚଳାଇଛି । କୋଭିଡ୧୯ ପାଇଁ ବିଶ୍ୱବ୍ୟାପି ସ୍ଥିତି ଗମ୍ଭୀର ଏବଂ ଚିନ୍ତାଜନକ । ଏଥିପାଇଁ ଆମ ପକ୍ଷରୁ ବହୁତ ବଡ ସ୍ତରର କାର୍ଯ୍ୟକାରୀର ଆବଶ୍ୟକତା ରହିଛି ।
ଏହାସହିତ ମହାମାରୀକୁ ରୋକିବା ଏବଂ ସେହି ସମ୍ବନ୍ଧୀୟ ଗତିବିଧି ପାଇଁ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରି ଚନ୍ଦ୍ରଶେଖରନ୍ କହିଛନ୍ତି କି,ଆମେ ଟାଟା ଟ୍ରଷ୍ଟ ଏବଂ ଆମ ଏମୋରିଟ୍ସ ଅଧ୍ୟକ୍ଷ ଟାଟା ସହିତ ମିଳିତ ଭାବେ କାମ କରିବୁ ଏବଂ ସମ୍ପୂର୍ଣ୍ଣ ଭାବେ ତାଙ୍କୁ ସମର୍ଥନ କରିବୁ ।