ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପୂଜା ସିଜିନ୍ । ଏହି ଅବସରରେ ଅଟୋମୋବାଇଲ କମ୍ପାନୀ ଟାଟ ମୋଟର୍ସ ତାର ଇଲେକ୍ଟ୍ରିକ କାର୍ ର ସେଗମେଣ୍ଟରେ ଆଉ ଏକ ମଡେଲ ଲଞ୍ଚ କରିଛି । ଏହି ନୂତନ କାରଟି ଟାଟା ଟିଆଗୋ ଇଭି ନାମରେ ଲଞ୍ଚ ହୋଇଛି । ଏହା ଦେଶର ସବୁଠୁ ଶସ୍ତା ଇଲେକ୍ଟ୍ରିକ କାର୍ । ଏହାର ଦାମ୍ ରହିଛି ମାତ୍ର ୮.୪୯ ଲକ୍ଷ । ଅକ୍ଟୋବର ୧୦ରୁ ଆପଣ ଏହି କାର ପାଇଁ ବୁକିଂ କରିପାରିବେ । ୨୦୨୩ ଜାନୁଆରୀ ସୁଧା କାର୍ ଡେଲିଭରି କରାଯିବ ।
ପେଟ୍ରୋଲ ଭର୍ସନ ଠାରୁ ଏହି କାରର କିଛିଟା ପରିବର୍ତ୍ତନ ରହିଛି । ଏହାର ଡାସବୋର୍ଡକୁ ଡୁଆଲ କଲରରେ ଲଞ୍ଚ କରାଯାଇଛି । ଏହାସହିତ ଏଥିରେ ପ୍ରିମିୟମ ଲେଦର ସିଟ୍ କଭର, ଇନଫୋଟେନମେଣ୍ଟ ସିଷ୍ଟମ ଆଦି ଦିଆଯାଇଛି ।
ଏହି ଗାଡିରେ ଲାଗିଥିବା ଇଲେକ୍ଟ୍ରିକ ମୋଟର ୭୪ ବିଏଚପିର ପାୱର ଏବଂ ୧୭୦ ଏନଏମର ଟାର୍କ ଜେନେରେଟ କରିଥାଏ । ଯାହାକୁ ୨୬କେଡବ୍ଲ୍ୟୁଏଚର ବ୍ୟାଟେରୀ ସହ ଯୋଡା ଯାଇଛି । ଏହି ଇଲେକ୍ଟ୍ରିକ କାର ସିଙ୍ଗଲ ଚାର୍ଜରେ ୩୧୦ କି.ମି ଯାଏଁ ରେଞ୍ଜ ଦେବାର ସକ୍ଷମ ରହିଛି ।ଏହାସହିତ ଏଥିରେ ଫାଷ୍ଟ ଚାର୍ଜରର ମଧ୍ୟ ସପୋର୍ଟ ଦିଆଯାଇଛି ।