ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ଭାରତରେ ଟେକ୍ନୋ ଲଞ୍ଚ କରିବା ତାର ନୂତନ ସ୍ମାର୍ଟଫୋନ ସ୍ପାର୍କ ୯ଟି । ସ୍ପାର୍କ ୯ ସିରିଜ୍ ର ଏହା ଦ୍ୱିତୀୟ ସ୍ମାର୍ଟଫୋନ । ଗତମାସରେ ନାଇଜେରିଆ ବଜାରରେ ଏହି ଫୋନ ଲଞ୍ଚ କରାଯାଇଥିଲା । ଅବଶ୍ୟ ଏହି ଫୋନର ଭାରତୀୟ ମଡେଲ ଭିନ୍ନ ଭିନ୍ନ ସ୍ପେଶିଫିକେଶନ ସହ ଆସିପାରେ । ଏହି ସ୍ମାର୍ଟଫୋନର ଏକ ମାଇକ୍ରୋସାଇଟ ବନେଇଛି ଇ-କମର୍ସ ଫ୍ଲାଟଫର୍ମ ଆମାଜନ ।
ଆମାଜନରେ ହୋଇଥିବା ଲିଷ୍ଟିଂ ଅନୁସାରେ ଟେକ୍ନୋ ସ୍ପାର୍କ ୯ଟି ରେ ୬.୬ ଇଂଚର ଡିସପ୍ଲେ ଦିଆଯାଇଛି । ଯେଉଁଥିରେ ଏଫଏଚଡି ପ୍ଲସ ରିଜ୍ୟୁଲେସନ ଏବଂ ୱାଟରଡ୍ରପ ନଚ୍ ଡିଜାଇନ୍ ମିଳିବ । ଏହାବ୍ୟତିତ ଫୋନରେ ସାଇଡ-ମାଉଁଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର ମଧ୍ୟ ଦିଆଯିବ । ଯାହା ପାୱାରବଟନ ସହ ମିଶିକି ଆସିବ । ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯିବ । ଯେଉଁଥିରେ ୫୦ଏମପି ର ପ୍ରାଇମେରୀ ସେଂସର ଦିଆଯିବ । ଏହି ଫୋନରେ ୪ଜିବି ର୍ୟାମ ସହ ୩ଜିବି ଭର୍ଚୁଆଲ ମେମୋରୀ ଦିଆଯିବ । ଏହାସହିତ ୫୦୦୦ଏମଏଏଚର ବ୍ୟାଟେରୀ ୟୁନିଟ ଦିଆଯିବ । ୧୦ ହଜାରରୁ କମ ଟଙ୍କାରେ ଏହି ଫୋନ ଆସିବ ବୋଲି କୁହାଯାଉଛି ।