ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହ୍ରାସ ହେଲା ନାହିଁ ପେଟ୍ରୋଲ-ଡିଜେଲ ଦର । ସୋମବାର ତୈଳ ବିପଣନ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିବା ନିଷ୍ପତିକୁ ଲାଗୁ କରାଯାଇନାହିଁ । ୪୦ ପଇସା ହ୍ରାସ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଯାହା ମଙ୍ଗଳବାର ସକାଳୁ ନୂତନ ଦର ସହ ଲାଗୁ ହୋଇଥାନ୍ତା କିନ୍ତୁ ମଙ୍ଗଳବାର ଏହି ନିଷ୍ପତିରେ ପରିବର୍ତ୍ତନ ଘଟିଛି ।
ଯାହାଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୬.୭୨ ଟଙ୍କାରେ ସ୍ଥିର ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୧୦୬.୩୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କା ଏବଂ ଚେନ୍ନାଇରେ ୧୦୩.୬୩ ଟଙ୍କାରେ ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୧୦୩.୧୧ ପଇସା ରହିଛି ।