ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାପାନର କାର ନିର୍ମାତା କମ୍ପାନୀ ଟୋୟୋଟା ଏବେ ଦୁନିଆର ସବୁଠାରୁ ବଡ କମ୍ପାନୀ ହୋଇଯାଇଛି । କମ୍ପାନୀ ପକ୍ଷରୁ ୨୦୨୦ ମସିହାର ସେଲ୍ସ ସଂଖ୍ୟା ଜାରି କରାଯାଇଛି । ସେହିଅନୁଯାୟୀ ଟୋୟୋଟା ୯୦,୫୩,୮୦୦ କାର ବିକ୍ରି କରିଛି । ଅବଶ୍ୟ ୨୦୧୯ ମସିହା ମୁକାବିଲାରେ କମ୍ପାନୀ ଗତବର୍ଷ ୧୧.୩ ପ୍ରତିଶତ କମ କାର ବିକ୍ରିି କରିଛି ।
ଏହାସହିତ ୨୦୨୦ ମସିହା ଗାଡି ଉଦ୍ୟୋଗ ପାଇଁ ଖୁବ୍ ନିରାଶଜନକ ରହିଥିଲା କିନ୍ତୁ ୨୦୨୦ ର ଶେଷ ସୁଧା ବଜାରରେ ଗାଡିର ଚାହିଦା ବଢିବାକୁ ଲାଗିଲା । ଯାହାଫଳରେ ଅଧିକ ମାତ୍ରାରେ ବିକ୍ରି ହୋଇଥିଲା । ସେହିପରି ଟୋୟୋଟା ତାର ବ୍ୟବସାୟକୁ ବଢାଇବାରେ ସଫଳ ରହିଛି ଏବଂ କାର ବିକ୍ରିକୁ ପୁର୍ନବାର ଟ୍ରାକକୁ ଆଣିବାରେ ମଧ୍ୟ ସଫଳତା ହାସଲ କରିଛି ।
ଅନ୍ୟପଟେ ଚଳିତ ବର୍ଷ ଜାନୁଆରୀ ମାସରେ ଇଲେକ୍ଟ୍ରିକ କାର ନିର୍ମାତା ଟେସ୍ଲାର ସେୟାର୍ସରେ ବୃଦ୍ଧି ହେବା ପରେ ଟେସ୍ଲା ଦୁନିଆର ସବୁଠାରୁ ମୂଲ୍ୟବାନ କାର କମ୍ପାନୀ ହୋଇଯାଇଛି । ଏହାପରେ ଟୋୟୋଟା ମଧ୍ୟ ବ୍ୟାଟେରୀ ଆଧାରିତ କାର ବିକାସରେ ଲାଗିପଡିଛି ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଆମେରିକା ସମେତ ଏସିଆ ଏସିଆ ମହାଦେଶର ଅନେକ ଦେଶରେ ଇଲେକ୍ଟ୍ରିକ କାର ଲଞ୍ଚ କରିବାର ଯୋଜନା କରିଛି ।