ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଏମଆଇ ରେ ଗାଡି କିଣିବା କଥା ଆପଣମାନେ ଜାଣିଥିବେ କିମ୍ବା ଇଏମଆଇରେ ବୀମା ରାଶି ପଇଠ କରିବା କଥା ଶୁଣିଥିବେ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଯେଉଁ ଗାଡିକୁ ଆପଣ ଇଏମଆଇ ରେ କିଣିଥିବେ ତାର ସର୍ଭିସିଂ ବି ଇଏମଆଇ ରେ କରି ପାରିବେ । ଆଜ୍ଞା ହଁ କାର କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର ଦେଇଥାନ୍ତି । ସେହିପରି Toyota Kirloskar Motor ଗ୍ରାହକଙ୍କ ସୁବିଧା ପାଇଁ ଫ୍ଲେକ୍ସିବୁଲ ଇଏମଆଇ ଅପସନ୍ ଏବଂ ଟୋୟଟା ଅଫିସିଆଲ ହ୍ୱାଟ୍ସଆପ୍ ଭଳି ସ୍ପେଶାଲ ସର୍ଭିସେସ୍ ଆରମ୍ଭ କରିବାକୁ ଘୋଷଣା କରିଛି ।
ଟୋୟୋଟା ର ଇଏମଆଇ ସର୍ଭିସ ସହାୟତାରେ ଗ୍ରାହକ ତାଙ୍କ କାର୍ ର ସର୍ଭିସିଙ୍ଗ କରିବା ପାଇଁ ଏକକାଳୀନ ପେମେଣ୍ଟ ବଦଳରେ କିସ୍ତି ରେ ପେମେଣ୍ଟ କରି ପାରିବେ । ଯାହାଫଳରେ ଗ୍ରାହକଙ୍କୁ ୩ ରୁ ୯ ମାସ ଭିତରେ କିସ୍ତି ପୁରଣ କରିବାର ସୁବିଧା ଦିଆଯିବ ।
କମ୍ପାନୀର କହିବାନୁଯାୟୀ, ଏହି ସ୍କିମ ଲଞ୍ଚ କରିବା ଫାଇଦା ହେଉଛି ଗ୍ରାହକଙ୍କୁ ସେମାନଙ୍କ କାର କିଣିବାର ସ୍ୱପ୍ନ ପୁରା କରିବା ଏବଂ ଗାଡିର ମେଣ୍ଟୋନାନ୍ସରେ ସହାୟକ ମିଳିବ । ଏହାବ୍ୟତିତ ନୂତନ ଟୋୟୋଟା ଅଫିସିୟଲ ହ୍ୱାଟ୍ସଆପ୍ ଗ୍ରାହକଙ୍କ ସହିତ ସହଜ ଇଂଟରଫେସ କୁ ସକ୍ଷମ କରିବ ।