ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେବୁଲ ଅପରେଟର ଏବଂ ଡିଟିଏଚ୍ କମ୍ପାନୀ ଦ୍ୱାରା ବହୁ ସମସ୍ୟାର ସମୁଖୀନ ହେବା ପରେ ବି ଲୋକଙ୍କୁ ଅପରେଟର ବଦଳାଇବାରେ ଅନେକ ଅସୁବିଧାର ସମ୍ନା କରିବାକୁ ପଡୁଛି । ମାତ୍ର ଏବେ ଏନେଇ କୌଣସି ଅସୁବିଧା ହେବ ନାହିଁ । କାରଣ ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଏକ ନୂତନ ବ୍ୟବସ୍ଥା ନେଇ ଆସିଛି । ଏହି ସୁବିଧା ବର୍ଷ ଶେଷ ସୁଧା ଉପଲବ୍ଧ ହୋଇଯିବ ।
ନିୟମିତ ଟିଭି ଦେଖୁଥିବା ବ୍ୟକ୍ତି ଏଥରକ ନିଜ ସୁବିଧା ଅନୁଯାୟୀ କେବୁଲ ଅପରେଟର ଏବଂ ଡିଟିଏଚ୍ କମ୍ପାନୀ ବଦଳାଇ ପାରିବେ । ଏହି ବ୍ୟବସ୍ଥା ହିସାବରେ ସେଟ ଟପ୍ ବକ୍ସରେ ବି ନିଜ ପସନ୍ଦ ଅନୁଯାୟୀ କମ୍ପାନୀ କାର୍ଡ ବ୍ୟବହାର କରିପାରିବେ ।
ଟ୍ରାଇର ଚେୟାରମ୍ୟାନ୍ ଆର.ଏସ୍.ଶର୍ମାଙ୍କ କହିବାନୁଯାୟୀ ଏବେ ଟ୍ରାଇ ଇଣ୍ଟର-ଅପରେବଲ ସେଟ୍ ଟପ୍ ବକ୍ସର ବ୍ୟବସ୍ଥା କରିବ ।
ଅନ୍ୟପଟେ ଟ୍ରାଇର ଏହି ନୂତନ ନିୟମ କୁ ନେଇ କେବୁଲ ଅପରେଟର ଏବଂ ଡିଟିଏଚ୍ କମ୍ପାନୀ ବିରୋଧ କରୁଛି । ଯାହାଫଳରେ ଆଗାମୀ ଦିନରେ ଟ୍ରାଇକୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।
ଆଗାମୀ ଦିନରେ ହେବାକୁ ଥିବା ଅସୁବିଧାକୁ ନେଇ କଣ୍ଟେଟ ଡିଷ୍ଟ୍ରିବୁସନ ଇଣ୍ଡଷ୍ଟ୍ରିର ଅଧିକାରୀ କହିଛନ୍ତି ଯେ,ପ୍ରତ୍ୟେକ ସେଟ୍ ଟପ୍ ବକ୍ସରେ ଅଲଗା ଅଲଗା ସଫ୍ଟୱେୟାର ଏବଂ କନଫିଗୁରେଶନ ଥାଏ, ଯେଉଁଥି ପାଇଁ ତାଙ୍କୁ ଅନ୍ୟ କମ୍ପାନୀର ସେବା ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ।
ଟ୍ରାଇର ଚେୟାରମ୍ୟାନ୍ କହିଛନ୍ତି କି, ଏହାର ସମାଧାନ ସେତେବେଳେ ହେବ ଯେତେବେଳେ ସେଟ୍ ଟପ୍ ବକ୍ସକୁ ପ୍ରଥମରୁ କୌଣସି ଖାସ୍ କମ୍ପାନୀର ସଫ୍ଟୱେୟାର ଲୋଡ କରି ବିକିବା ବ୍ୟତିତ , ଯେଉଁଥିରେ ବକ୍ସକୁ କିଣିବା ପରେ ସଫ୍ଟୱେୟାର ଡାଉନଲୋଡ କରିବାର ସୁବିଧା ଥିବ ତାପରେ ବିକନ୍ତୁ ।
ଏହାର ଉଦାହରଣ ଦେଇ ସେ ଆହୁରୀ ମଧ୍ୟ କହିଛନ୍ତି କି ଏହାର ଅର୍ଥ ଆପଣ କୌଣସି ମାର୍କେଟରୁ ଯେଉଁ ସେଟ୍ ବକ୍ସ କିଣିବେ ତାହା କୌଣସି ଖାସ୍ କମ୍ପାନୀର ହୋଇନଥିବ । ଏହାକୁ କିଣିବା ପରେ ଗ୍ରାହକ ଯେକୌଣସି କମ୍ପାନୀର ସେବା ନେବାକୁ ଚାହିଁବେ ତାହାର ସଫ୍ଟୱେୟାର ଡାଉନଲୋଡ ହୋଇପାରିବ । ଏହାର ସମାଧାନ ପାଇଁ ଟ୍ରାଇ ସରକାର ଏଜେନ୍ସିଙ୍କ ସମେତ ବାହାର ପରାମର୍ଶଦାତ୍ତାଙ୍କ ସହିତ ମଧ୍ୟ କାମ କରୁଛି । ଏହା ପୂର୍ବରୁ ଗ୍ରାହକଙ୍କ ସୁବିଧା ପାଇଁ ଟ୍ରାଇ ଏକ ୱେବ୍ ଆପ୍ଲିକେସନ୍ ମଧ୍ୟ ଲଞ୍ଚ କରିସାରିଛି ।