ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟିଭିଏସ କମ୍ପାନୀ ତାର ଚର୍ଚ୍ଚିତ ବାଇକ୍ Apache RTR 180 କୁ ବିଏସ-୬ ଇଞ୍ଜିନ ସହିତ ଭାରତୀୟ ବଜାରରେ ଲଞ୍ଚ କରିଛି । ବିଏସ-୪ ମୁକାବିଲାରେ ଏହି ନୂତନ ବିଏସ୬ ଇଞ୍ଜିନ୍ ବିଶିଷ୍ଟ ମଡେଲରେ କମ୍ପାନୀ ପକ୍ଷରୁ ୬୭୦୦ ଟଙ୍କା ବୃଦ୍ଧି କରାଯାଇଛି । ଏହି ବାଇକ୍ ର ଡ୍ରମ ବ୍ରେକ ଭ୍ୟାରିଏଣ୍ଟର ଦାମ୍ ୧,୦୧ ଲକ୍ଷ ଟଙ୍କା ରହିଥିବା ବେଳେ ଡିସ୍କ ବ୍ରେକ ଭ୍ୟାରିଏଣ୍ଟର ଦାମ୍ ୧.୦୪ ଲକ୍ଷ ଟଙ୍କା ରହିଛି । Apache RTR 180 ର ବିଏସ-୬ ରେ ୧୭୭.୪ସିସି ର ଏୟାର କୁଲ୍ଡ ଇଞ୍ଜିନ୍ ଲାଗିଛି । ଯାହା ୧୬.୬ ବିଏଚପି ପାୱର ଏବଂ ୧୫.୫ ନ୍ୟୁଟନ ମିଟରର ଟାର୍କ ଉତ୍ପନ୍ନ କରିଥାଏ ।
Apache RTR 180 କୁ ଶେଷଥର ୨୦୧୮ ମସିହାରେ ଅପଡେଟ କରାଯାଇଥିଲା । ସେହି ସମୟରେ ନୂତନ ରଙ୍ଗର ବିକଳ୍ପ, ଅଲଗା ସିଟ୍ ମ୍ୟାଟେରିଆଲ, ନୂତନ ସ୍ପିଡୋମିଟର ଏବଂ ନୂତନ କ୍ରାସଗାର୍ଡ ସହିତ ଏହାକୁ ଲଞ୍ଚ କରାଯାଇଥିଲା । ମାତ୍ର କମ୍ପାନୀ ପକ୍ଷରୁ ନିକଟରେ ଏହି ବାଇକର ୧୬୦ସିସି ମଡେଲ ଆପାଚି ଆରଟିଆର ୧୬୦ କୁ ବି ଅପଡେଟ୍ କରି ବଜାରକୁ ଛଡାଯାଇଛି । ଯାହାର ଦାମ୍ ୯୩,୫୦୦ ଟଙ୍କା ରଖାଯାଇଛି ।