ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ କମ୍ପାନୀ ଭିଭୋ ତାର ନୂତନ ଫୋନ୍ ଭିଭୋ ଭି୨୧ଇ ୫ଜି ର ଭାରତରେ ଲଞ୍ଚିଂ ତାରିଖ ଘୋଷଣା କରିିଛି । କମ୍ପାନୀ ମୁତାବକ, ଏହି ସ୍ମାର୍ଟଫୋନକୁ ଜୁନ୍ ୨୪ ସନ୍ଧ୍ୟାରେ ଭାରତୀୟ ବଜାରରେ ଲଞ୍ଚ କରାଯିବ । ସେହିପରି ଯଦି ସ୍ପେସିଫିକେସନ କଥା କହିବା ତେବେ ୟୁଜର୍ସଙ୍କୁ ଏହି ସ୍ମାର୍ଟଫୋନରେ ୩୨ଏମପି ସୁପର ନାଇଟ ସେଲ୍ଫି କ୍ୟାମେରା, ଦମଦାର୍ ପ୍ରୋସେସର, ବ୍ୟାଟେରୀ ଏବଂ ଡୁଆଲ ରିୟର କ୍ୟାମେରା ସେଟଅପ ମିଳିପାରେ ।
ମିଡିଆ ରିପୋର୍ଟ ଅନୁସାରେ, ଭିଭୋ ଭି୨୧ଇ ୫ଜି ସ୍ମାର୍ଟଫୋନ ୬.୪୪ ଇଂଚ ର ଏମୋଲେଡ ଡିସପ୍ଲେ ସହିତ ଆସିବ । ଏହି ସ୍ମାର୍ଟଫୋନରେ ୮ଜିବି ର୍ୟାମ ଏବଂ ୧୨୮ଜିବି ଇଂଟରନାଲ ଷ୍ଟୋରେଜ ଦିଆଯିବ । ଏହାସହିତ ଏଥିରେ ୭୦୦ ପ୍ରୋସେସର ଏବଂ ୪୦୦୦ ଏମଏଏଚ ର ବ୍ୟାଟେରୀ ମିଳିବ । ଏହାବ୍ୟତିତ ଡିଭାଇସରେ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆ ଯାଇପାରେ । ଏହି ସ୍ମାର୍ଟଫୋନର ଦାମ୍ କୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଲିକ୍ ରିପୋର୍ଟ ମୁତାବକ ଏହି ସ୍ମାର୍ଟଫୋନର ଦାମ୍ ୨୦ ରୁ ୨୯ ହଜାର ମଧ୍ୟରେ ଆସିପାରେ ।