ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତେଲେଙ୍ଗାନରେ ରହୁଥିବା ମନସା ବାରଣାସୀ ଫେମିନା ମିସ୍ ଇଣ୍ଡିଆ ୨୦୨୦ ର ବିଜୟନୀ ହୋଇଛନ୍ତି । ଫେମିନା ମିସ୍ ଇଣ୍ଡିଆର ମୁକୁଟ ପିନ୍ଧିଛନ୍ତି ମନସା । ବୁଧବାର ଦିନ ମୁମ୍ବାଇର ଏକ ହୋଟେଲରେ ଆୟୋଜିତ ହୋଇଥିବା ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ୨୦୨୦ ର ଗ୍ରାଣ୍ଡ ଫାଇନାଲ ଇଭେଣ୍ଟର ଫଟୋ ଫେମିନା ମିସ୍ ଇଣ୍ଡିଆ ଇଣ୍ଡିଆର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଫଟୋରେ ଫେମିନା ମିସ୍ ଇଣ୍ଡିଆ ୨୦୨୦, ଫେମିନା ମିସ୍ ଇଣ୍ଡିଆ ୱାଲ୍ଡ ୨୦୨୦ ଏବଂ ଫେମିନା ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ ନଜର ଆସୁଛନ୍ତି ।
ଇଂଷ୍ଟାଗ୍ରାମରେ ଦିଆଯାଇଥିବା ସୂଚନା ଅନୁସାରେ ମିସ୍ ଇଣ୍ଡିଆ ୨୦୨୦ ର ଟାଇଟେଲ ହାତେଇଛନ୍ତି ମନସା ବାରଣାସୀ । ସେହିପରି ମାନ୍ୟା ସିଂହ ଫେମିନା ମିସ୍ ଗ୍ରାଣ୍ଡ ଇଣ୍ଡିଆ ଏବଂ ମନିକା ଶିୟୋକାଣ୍ଡ ଫେମିନା ମିସ୍ ଇଣ୍ଡିଆ ୱଲ୍ଡ ୨୦୨୦ ର ଟାଇଟେଲ ଜିତି ଫାଷ୍ଟ ଏବଂ ସେକେଣ୍ଡ ରନର୍ସଅପ୍ ହୋଇଛନ୍ତି ।
ସେହିପରି ଟପ୍ ୫ ରେ ରହିଥିଲେ ଗୁଜରାଟର ଖୁସୀ ମିଶ୍ରା, ଉତ୍ତରପ୍ରଦେଶର ମାନ୍ୟା ସିଂହ, ତେଲେଙ୍ଗାନାର ମନସା ବାରଣାସୀ, କର୍ଣ୍ଣାଟକର ରତି ହୁଲଜି ଏବଂ ହରିୟାଣାର ମନିକା ସୋଓକାଣ୍ଡ ।