ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ରାଜ୍ୟସଭା ସାଂସଦ ସିଏମ୍ ରମେଶଙ୍କ ହ୍ୱାଟସପ୍ ଆକାଉଣ୍ଟ ବ୍ୟାନ କରିଦିଆଯାଇଛି । ଏନେଇ ଖୋଦ୍ ସିଏମ୍ ରମେଶ ଜଣାଇଛନ୍ତି । ସେ କହିଛନ୍ତି କି, ସେ କାହାରିକୁ ହ୍ୱାଟସପ୍ ରେ ମେସେଜ୍ କରି ପାରୁ ନାହାଁନ୍ତି । ଏଠି ପ୍ରଶ୍ନ ଉଠୁଛି କି ଯଦି ରାଜ୍ୟ ସଭା ସାଂସଦଙ୍କର ହ୍ୱାଟସଆପ୍ ବ୍ୟାନ ହୋଇପାରୁଛି, ତେବେ ସାଧରଣ ଜନତାଙ୍କର କାହିଁକି ନୁହେଁ । ତେବେ ଆସନ୍ତୁ ସାଂସଦଙ୍କର ହ୍ୱାଓସଆପ୍ କେଉଁ କାରଣରୁ ବ୍ୟାନ ହୋଇଛି ଏବଂ ଆପଣଙ୍କୁ ମଧ୍ୟ ଏହି ବ୍ୟାନ ରକ୍ଷା କରିବା ପାଇଁ କ’ଣ କ’ଣ ସାବଧାନତା ଅବଲମ୍ବନ କରିବାକୁ ପଡିବ ।
ରମେଶଙ୍କ ହ୍ୱାଟସଆପ୍ ବନ୍ଦ ହେବା ପରେ ଜାଣିବାକୁ ମିଳିଛି କି ତାଙ୍କ ଆକାଉଣ୍ଟ ବିରୋଧରେ କୌଣସି ବ୍ୟକ୍ତି ଅଭିଯୋଗ କରିଛନ୍ତି । ମାତ୍ର ଏହି ଅଭିଯୋଗ କେଉଁ କାରଣରୁ ହୋଇଛି ତାହା ଜଣାପଡି ନାହିଁ । ତେବେ ଆସନ୍ତୁ ଜାଣିବା କେବେ ଏବଂ କେଉଁ କାରଣରୁ ହ୍ୱାଟସଆପ୍ ଆକାଉଣ୍ଟ ବ୍ୟାନ କରାଯାଏ ।
ଯଦି ଆପଣଙ୍କ ହ୍ୱାଟସଆପ୍ ଆକାଉଣ୍ଟ ବିରୋଧରେ ଅଧିକାଂଶ ମାତ୍ରାରେ ଅଭିଯୋଗ ହୋଇଥାଏ ତେବେ ଆପଣଙ୍କୁ ବି ଏଭଳି ଅସୁବିଧାର ସମୁଖୀନ ହେବାକୁ ପଡିପାରେ । ଏହାବ୍ୟତିତ ଯଦି ଆପଣ ହ୍ୱାଟସଆପ୍ ର ନିୟମକୁ ଉଲଂଘନ କରନ୍ତି ଏବଂ ହିଂସାତ୍ମକ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି କିମ୍ବା କୌଣସି ଧର୍ମକୁ ଟାର୍ଗଟ କରୁଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ ।
ହିଂସାକୁ ପ୍ରୋତ୍ସାହନ ଦେଉଥିବା କୌଣସି ଖାସ୍ ବ୍ୟକ୍ତିଙ୍କ ବିରୋଧରେ ବିଷ ଖେଳାଉଥିବା ପୋଷ୍ଟକୁ ନେଇ କମ୍ପାନୀ ଆପଣଙ୍କ ହ୍ୱାଟସଆପ୍ ଆକାଉଣ୍ଟ ବନ୍ଦ କରିପାରେ । ଏନେଇ କମ୍ପାନୀ ପାଖରେ ଅଧିକାର ରହିଛି ।
ଯଦି ଆପଣ କୌଣସି ବାରମ୍ବାର ଅନ୍ୟ କୌଣସି ଆକାଉଣ୍ଟକୁ ଫେକ୍ ମେସେଜ୍ କିମ୍ବା ଭାଇରାସ ମେସେଜ ପଠାଉଥିବେ ତାହାଲେ ଆପଣଙ୍କ ଆକାଉଣ୍ଟକୁ କମ୍ପାନୀ ପକ୍ଷରୁ ପ୍ରିତିବନ୍ଧକ ଲାଗିପାରେ । ଏହାବ୍ୟତିତ ଯଦି ଆପଣ ହ୍ୱାଟସଆପ୍ ର ସର୍ଭର ହ୍ୟାକ୍ କରିବା ପାଇଁ ଚେଷ୍ଟା କରୁଥିବେ ତେବେ ଆପଣଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇପାରେ ।