ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନର ସ୍ମାର୍ଟ ନିର୍ମାତା କମ୍ପାନୀ ସାଓମି ତାର ନୂତନ ହାଇପର ଚାର୍ଜ ଟେକନିକ ଉପରୁ ପରଦା ହଟାଇଛି । କମ୍ପାନୀ ଦାବି କରିଛି କି, ଏହି ଟେକନିକ ଜରିଆରେ ୪୦୦୦ଏମଏଏଚର ବ୍ୟାଟେରୀ ବିଶିଷ୍ଟ ସ୍ମାର୍ଟଫୋନକୁ କେବଳ ୮ମିନିଟ୍ ରେ ଫୁଲ ଚାର୍ଜ କରାଯାଇ ପାରିବ । ଏନେଇ କମ୍ପାନୀ ତାର ଟ୍ୱିଟର ହାଣ୍ଡେଲରେ ଏକ ଭିଡିଓ ମଧ୍ୟ ଜାରି କରିଛି । ଯେଉଁଥିରେ ଆପଣ ଏକ ଡେମୋ ଜରିଆରେ ଏହି ହାଇପର ଚାର୍ଜ ସିଷ୍ଟମ କାମ କରୁଥିବାର ଦେଖି ପାରିବେ । ଏହାସହିତ ଖୁବ୍ ଶୀଘ୍ର କମ୍ପାନୀ ଏହି ଟେକନିକ୍ କୁ ଅଫିସିଆଲ ଭାବେ ତାର ସ୍ମାର୍ଟଫୋନରେ ଦେବା ଆରମ୍ଭ କରିଦେବ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ସାଓମି ୧୦୦ୱାଟ ଫାଷ୍ଟ ଚାର୍ଜିଂ ଟେକନିକ ଲଞ୍ଚ କରିଥିଲା । ସେ ସମୟରେ କମ୍ପାନୀ କହିଥିଲା କି, ଏହା ୪୦୦୦ଏମଏଏଚର ବ୍ୟାଟେରୀ ବିଶିଷ୍ଟ ଡିଭାଇସକୁ ୧୭ ମିନିଟରେ ଫୁଲ ଚାର୍ଜ କରି ଦେଉଛି ।