ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଙ୍କଟରେ ୟେସ୍ ବ୍ୟାଙ୍କ । ଏହାକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ କୁହାଯାଇଛି କି, ଏସବିଆଇ ଆଇନ ପ୍ରାବଧାନ ଅନୁଯାୟୀ ୟେସ ବ୍ୟାଙ୍କର ୪୯ ପ୍ରତିଶତ ସେୟାର କିଣା ଯାଇପାରେ ।
ଶନିବାର ମୁମ୍ବାଇରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସବିଆଇ ଚେୟାରମ୍ୟାନ୍ ରଜନୀସ୍ କୁମାର କହିଛନ୍ତି କି, ୟେସ୍ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କା ନିବେଶ କରିପାରେ ଏସବିଆଇ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଆମ ଟିମ୍ ନିବେଶ ଯୋଜନା ଉପରେ କାମ କରୁଛନ୍ତି । ଷ୍ଟକ୍ ଏକ୍ସଜେଞ୍ଜକୁ କୁହାଯାଇଛି କି ୟେସ ବ୍ୟାଙ୍କର ୪୯ ପ୍ରତିଶତ ସେୟାର କିଣିବା ଉପରେ ଏସବିଆଇ ବିଚାର କରୁଛି । ହୁଏତ ଏହି ନିବେଶ ଉପରେ ଶେଷ ନିଷ୍ପତି ଏସବିଆଇ ବୋର୍ଡ ପକ୍ଷରୁ କରାଯିବ । ଏହାସହିତ ଯେଉଁ ବ୍ୟକ୍ତିଙ୍କ ୟେସ୍ ବ୍ୟାଙ୍କରେ ଆକାଉଣ୍ଟ ଅଛି, ସେମାନଙ୍କ ଉପରେ କୌଣସି ବିପଦ ନାହିଁ । ସେମାନଙ୍କର ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ସେମାନେ ଚିନ୍ତା କରିବାର ଆବଶ୍ୟକ ନାହିଁ । ମାତ୍ର କିଛି ଦିନର କଥା ସମସ୍ତ ଗ୍ରାହକଙ୍କର ସଙ୍କଟ ଦୂର ହୋଇଯିବ ।
ଅପରପକ୍ଷେ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି, ଆମ ସରକାର ଆଶ୍ୱସ୍ତି ଦେଉଛି କି ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିବ । ମୁଁ ଆରବିଆଇ କୁ ନିବେଦନ କରୁଛି କି, ସେ ଆଇନ ମୁତାବକ ଏହି ମାମଲାର ଗମ୍ଭୀରତା ଏବଂ ମହତ୍ୱକୁ ବୁଝି, ଏପରି ଏକ ରାସ୍ତା ବାହାର କରନ୍ତୁ ଯାହାଦ୍ୱାରା ଲୋକଙ୍କ ଚିନ୍ତା ଦୂର ହେବ ।
ସୂଚନାଯୋଗ୍ୟ, ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କ ଉପରେ ମାର୍ଚ୍ଚ ୫ରେ ଆରବିଆଇ ପକ୍ଷରୁ ମୌଦ୍ରିକ ସୀମା ଲାଗୁ କରାଯାଇଛି । ସେହି ଅନୁଯାୟୀ ଏବେ ଗ୍ରାହକ ୟେସ୍ ବ୍ୟାଙ୍କରୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ଏହି ପ୍ରକ୍ରିୟା ୩ ଅପ୍ରିଲ ୨୦୨୦ ପର୍ଯ୍ୟନ୍ତ ଲାଗୁ ରହିବ । ଦେଶରେ ଏକ ହଜାରରୁ ଅଧିକ ୟେସ୍ ବ୍ୟାଙ୍କା ବ୍ରାଞ୍ଚ ରହିଥିବା ବେଳେ ଏକ ହଜାର ଆଠ ଶହରୁ ଅଧିକ ଏଟିଏମ ରହିଛି ।