ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି କି, ଆଜି ଦୁଇଟି ମହତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏକ ବର୍ଷ ପାଇଁ ସାଂସଦଙ୍କ ଦରମାରୁ ୩୦ ପ୍ରତିଶତ ହ୍ରାସ କରାଯିବ ।
ରାଷ୍ଟ୍ରପତି, ଉପରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ସାଂସଦଙ୍କ ଦରମାରୁ ୩୦ ପ୍ରତିଶତ ଦରମା ହ୍ରାସ କରାଯିବ । ସେହିପରି ଦ୍ୱିତୀୟ ନିଷ୍ପତି ହେଉଛି ଦୁଇ ବର୍ଷ ପାଇଁ ସ୍ଥଗିତ ରହିଲା ସାଂସଦ ନିଧି ପାଣ୍ଠି । ଦୁଇ ବର୍ଷ ଯାଏଁ କୌଣସି ସାଂସଦଙ୍କୁ ସାଂସଦ ନିଧି ପାଣ୍ଠି ମିଳିବ ନାହିଁ । ଦୁଇ ବର୍ଷ ମଧ୍ୟରେ ପ୍ରତ୍ୟେକ ସାଂସଦଙ୍କୁ ୧୦ କୋଟି ଟଙ୍କା ମିଳୁଥିଲା । ସାଂସଦ ନିଧି ପାଣ୍ଠିର ସର୍ବମୋଟ ୭୯୦୦ କୋଟି ଟଙ୍କା କରୋନା ପାଇଁ ବ୍ୟବହାର କରାଯିବ ।