ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯେଉଁ ଗାଡିର ବ୍ୟବହାର କରାଯାଇଥିଲା । ସେହି ଗାଡିର ମାଲିକ ପାଖକୁ ଖୁବ୍ ଶୀଘ୍ର ତଦନ୍ତକାରୀ ଟିମ୍ ପହଁଚି ପାରନ୍ତି ।
ମାରୁତୀ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ତଦନ୍ତରୁ ଜାଣିବାକୁ ମିଳିଛି କି, ହମଲା ପାଇଁ ଯେଉଁ ଗାଡିକୁ ବ୍ୟବହାର କରାଯାଇଥିଲା ତାହା ମାରୁତି ଇକୋ ବୋଲି ଜଣା ପଡିଛି । ଘଟଣାସ୍ଥଳରୁ ଗୋଇନ୍ଦା ବିଭାଗ କିଛି ସାମ୍ପଲ ଏକାଠି କରିଛି, ଏହି ଗାଡି ୨୦୧୦-୧୧ରେ ତିଆରି କରାଯାଇଥିଲା । ଏହାସିତ ଗାଡିଟିକୁ ଦ୍ୱିତୀୟ ଥର ପାଇଁ କଲର ମଧ୍ୟ କରାଯାଇଥିଲା ।
ବର୍ତ୍ତମାନ ଯାଏଁ ଦୁଇଟି ସୂଚନା ସାମ୍ନାକୁ ଆସିଛି । କିନ୍ତୁ ନିଶ୍ଚିତ ରୂପେ କୌଣସି ସୂଚନା ମିଳିପାରି ନାହିଁ । ସୁରକ୍ଷା ଏଜେନ୍ସି ଅଧିକାରୀ ଶୁକ୍ରବାର ଘଟଣାସ୍ଥଳରେ ତଦନ୍ତ କରି ନମୁନା ଏକତ୍ର କରିଥିଲେ । ଟିମ୍ ପକ୍ଷରୁ କେବଳ ଘଟଣାସ୍ଥଳର ତଦନ୍ତ କରିଯାଇନଥିଲା ବରଂ ଆଖପାଖ ସମସ୍ତ ଅଞ୍ଚଳ ତଦନ୍ତ କରାଯାଇଥିଲା ।
ତଦନ୍ତକାରୀ ଟିମ୍ ଙ୍କୁ ଜ୍ୟାରିକେନ୍ ମାନେ ତରଳ ପଦାର୍ଥ ଭଳି ପେଟ୍ରୋଲ ଏବଂ ଏବଂ ଥାତୁ ର ଖଣ୍ଡ ମିଳିଥିଲା । ଏଥିରୁ ସନ୍ଦେହ କରାଯାଉଛି କି ୨୦-୨୫ ଲିଟରର କ୍ଷମତା ଥିବା ଜ୍ୟାରିକେନକୁ ୩୦ କେ.ଜି ଆରଡିଏକ୍ସ ରଖିବା ପାଇଁ ବ୍ୟବହାର କରାଯାଇଥିଲା । ଯେଉଁଥିରେ ଗାଡିରେ ରଖାହୋଇଥିବା ଆଇଇଡୀ ତିଆର ହୋଇଥିଲା ।
ରିପୋର୍ଟ ଅନୁଯାୟୀ ଗାଡିର ଯେଉଁ ଅଂଶ ତଦନ୍ତକାରୀଙ୍କ ହାତରେ ଲାଗିଛି, ତାହାକୁ ଭଳ ଭାବେ ତଦନ୍ତ କରାଯିବ । ଯାହାଫଳରେ ଗାଡି ତିଆରିର ତାରିଖ ଏବଂ ବିକିବାର ତାରିଖର ଜଣାପଡି ପାରିବ ।