ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସହୀଦ ମନୋଜ ବେହେରାଙ୍କ ଅନ୍ତିମ ସସ୍କାର ବେଳେ ତାଙ୍କ ଦାଦା ଚୈତନ୍ୟ ବେହେରାଙ୍କୁ ତଣ୍ଟିଆ ମାରିଥିବାରୁ ତାଙ୍କ ବିରୋଧରେ ବାଦାମବାଡି ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ଏହି ମାମଲା ବାଦାମବାଡି ଥାନାରେ ରୁଜୁ ହୋଇଥିଲେ ମଧ୍ୟ ଏହାକୁ ନିଆଳି ଥାନା ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ନିଆଳି ଥାନା ପୋଲିସ ଘଟଣାର ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ ।
ସହୀଦ ମନୋଜ ବେହେରାଙ୍କ ଦାଦାଙ୍କୁ ଧକ୍କା ମାରିବା ଏବଂ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ବାଦାମବାଡି ଥାନାରେ ଏତଲା ଦେଇଥିଲା କଂଗ୍ରେସ ମହିଳା ମୋର୍ଚ୍ଚା । ଏହି ଅଭିଯୋଗ ଆଧାରରେ ଦେବାଶିଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେପଟେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ବିଜେପି ପକ୍ଷରୁ ଆଉ ଏକ ଏତଲା ଦିଆଯାଇଛି ଦେବାଶିଷଙ୍କ ବିରୋଧରେ । ଦେବାଶିଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କଡା ଭାଷାରେ ସମାଲୋଚନା କରିଛନ୍ତି ।
ସେପଟେ ସହୀଦ ମନୋଜ ବେହେରାଙ୍କ ଦାଦା ଚୈଚନ୍ୟ ବେହେରା ଗତକାଲି ଗଣମାଧ୍ୟମକୁ ଜଣାଇଥିଲେ କି ଦେବାଶିଷ ବାବୁ ତାଙ୍କୁ ତଣ୍ଟିଆ ମାରି ନାହାଁନ୍ତି । ତାଙ୍କୁ ବସିବା ପାଇଁ କହୁଥିଲେ । ଦେବାଶିଷ ବାବୁ ଜଣେ ଭଲ ଲୋକ । ଅଜଥାରେ ଛୋଟ କଥାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ଏହି କଥାକୁ ଏତିକିରେ ବନ୍ଦ କରାଯାଉ ବୋଲି ସେ କହିଥିଲେ । ଏପଟେ ଦେବାଶିଷ ନିସର୍ତ୍ତ କ୍ଷମା ମାଗିଥିଲେ ମଧ୍ୟ ବିରୋଧୀମାନେ ଚାହୁଁଛନ୍ତି କି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । କାରଣ ତାଙ୍କ ପାଇଁ ଦେଶ ଆଜି ଲଜ୍ଜା ସହିଛି । ପାକିସ୍ତାନ ଗଣମାଧ୍ୟମରେ ଏହି ଘଟଣା ପ୍ରସାରିତ କରାଯାଇଥିଲା