ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାୟସିନା ଡାଇଲଗ୍ ର ତୃତୀୟ ଦିନରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍)ଦିଲ୍ଲୀରେ ଉପସ୍ଥିତ ଲୋକଙ୍କୁ ସମ୍ବୋନ୍ଧିତ କରିଛନ୍ତି । ଏହି ଅବସରରେ ସେ ଆତଙ୍କବାଦୀଙ୍କୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଆତଙ୍କବାଦୀଙ୍କୁ ଶେଷ କରିବା ପାଇଁ ସେଭଳି ଉପାୟ ଆପଣାଇବାକୁ ପଡିବ ଯେଉଁଭଳି ଆମେରିକା ୯/୧୧ ହମଲା ପରେ ଅଭିଯାନ କରିଥିଲା ।
ସିଡିଏସ୍ କହିଛନ୍ତି, ଆତଙ୍କବାଦୀ ବିପକ୍ଷରେ ଲଢେଇ ସରିନି । ଏହା ଏଭଳି ଜିନିଷ ଯାହା ଲାଗି ରହିବ, ଆମକୁ ଏହା ସହିତ ସେପର୍ଯ୍ୟନ୍ତ ରହିବାକୁ ହେବ ଯେଉଁପର୍ଯ୍ୟନ୍ତ ଆମେ ଆତଙ୍କବାଦ ମୂଳ ବିଷୟରେ ନଜାଣିଛୁ । ଏଥିପାଇଁ ଆମକୁ ସର୍ବଦା ସଜାଗ ରହିବାକୁ ପଡିବ ।
ଜେନେରାଲ ବିପିନ୍ ରାୱତ କହିଛନ୍ତି, ଆମେ ଆତଙ୍କବାଦୀଙ୍କୁ ସମାପ୍ତ କରିପାରିବା, ଏହା କେବଳ ଗୋଟେ ଉପାୟରେ ହୋଇପାରିବ । ଯେଉଁ ଉପାୟ ଆମେରିକା ଆପଣାଇଥିଲା । ଏଥିପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ହେବା ଆବଶ୍ୟକ । ପ୍ରଥମେ ଆମକୁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଓ ଆଶ୍ରୟ ଦେଉଥିବା ରାଷ୍ଟ୍ରକୁ ଏକଘରିଆ କରିବାକୁ ପଡିବ ।