ଜାମ୍ମୁ କାଶ୍ମୀର ( ଏଟିଆର ବ୍ୟୁରୋ): ପୁଣି ପାକିସ୍ତାନ ସେନା କଲା ଗୁଳି ବର୍ଷଣ । ଜମ୍ମୁ କାଶ୍ମୀର ପୁଛ ଜିଲ୍ଲା କୃଷ୍ଣା ଘାଟି, ସାହପୁର ଏବଂ ମନକୋଟ ରେ ପାକିସ୍ତାନ ସେନା ପୁଣି ଅସ୍ତ୍ର ବିରତି ଉଲ୍ଲଘଂନ କରିଛନ୍ତି । ଆଜି ସକାଳୁ ସକାଳୁ ଗୁଳି ବର୍ଷା ଆରମ୍ଭ କରି ଦେଇଛି ପାକିସ୍ତାନ ସେନା । ଅନ୍ୟପଟେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁ କାଶ୍ମୀର ଗସ୍ତରେ ରହିଛନ୍ତି । ଏହି ସମୟରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ।
ଏହା ପ୍ରଥମ ନୁହେଁ ଚଳିତ ମାସସେ ପାକିସ୍ତାନ ପକ୍ଷରୁ ଏହି ଅଞ୍ଚଳରେ ଲଗାତର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇ ଗୁଳି ବର୍ଷା କରା ଯାଉଛି । ଯାହାର ପ୍ରଭାବରେ ଆଖ ପାଖରେ ଥିବା ଗାଁ ମାନଙ୍କରେ ଏହାର ପ୍ରଭାବ ପଡୁଛି । ତେବେ ଏହାର ପ୍ରତିବାଦରେ ଭାରତୀୟ ସେନା ମଧ୍ୟ ଗୁଳି ବର୍ଷା ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଗତ ମାସରେ ଭାରତ ପକ୍ଷରୁ କାଶ୍ମୀରରେ ରହିଥିବା ୧୦ ଜଣ ମୋଷ୍ଟ ୱାନଟଡ ଆତଙ୍କ ବାଦୀଙ୍କ ଫଟୋ ଜାରି କରା ଯାଇଥିଲା । ସେହିଭଳି ଆତଙ୍କ ବାଦୀ ଲୋପ କରିବା ପାଇଁ ଭାରତ ପକ୍ଷରୁ ସମ୍ଭେଦନଶୀଳ ଯାଗା ମାନଙ୍କରେ ସର୍ଚ୍ଚ ଅପରେସନ କରାଯାଇ ଆତଙ୍କବାଦୀଙ୍କୁ ଏନ କାଉଣ୍ଟର କରାଯାଉଛି । ଅନ୍ୟପଟେ କୂଳଭୁଷଣଙ୍କ ମାମଲାରେ ମଧ୍ୟ ଆନ୍ତର୍ଜାତୀୟ କୋର୍ଟରେ ଭାରକୁ ସଫଳତା ମଳିଛି । ଭାରତରେ ମଧ୍ୟ କୂଳଭୂଷଣଙ୍କୁ ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି ।