ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଆଜିକୁ ଷଷ୍ଠ ଦିନରେ ପହଁଚିଛି । ସେପଟେ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ କହିବାନୁଯାୟୀ ସେମାନେ ରାଜ୍ୟସରକାରଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି , ହୁଏତ ବୈଠକ ସ୍ଥଳକୁ ନେଇ ସଂଚାଳନ ୟୁନିଟ୍ ଦ୍ୱାରା ନିଷ୍ପତି କରାଯିବ ।
ଏହାପୂର୍ବରୁ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଏନଆରଏସ ମେଡିକାଲ କଲେଜ ଏବଂ ହସ୍ପିଟାଲ ଆସିବାକୁ ପଡିବ ବୋଲି ଧାରଣାରେ ବସିଥିବା ଡାକ୍ତରମାନେ ଜିଦ୍ ରେ ଅଟଳ ଥିଲେ ।
ଶନିବାରେ ଆୟୋଜିତ ହୋଇଥିବା ଏକ ବୈଠକ ପରେ ଡାକ୍ତରମାନେ ଟିକେ ନରମୀ ଥିବାର ସଂକେତ ଦେଇଛନ୍ତି ଏବଂ ସେମାନେ ଯେକୌଣସି ପ୍ରକାରର ଆଲୋଚନ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।
ଜୁନିୟର ଡାକ୍ତରଙ୍କ ସଂଯୁକ୍ତ ଫୋରମର ଜଣେ ପ୍ରବକ୍ତା ଗଣମାଧ୍ୟମକୁ ସାକ୍ଷାତ କରି କରହିଛନ୍ତି କି , ଆଜି ଆମେ ସଂଚାଳନ ୟୁନିଟିର ବୈଠକ ଦ୍ୱାରା ଆଗାମୀ ପଦକ୍ଷେପ ପାଇଁ ନିଷ୍ପତି କରିବୁ । ଆମେ ଯେକୌଣସି ପ୍ରକାରର ବାର୍ତ୍ତାଳାପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବୈଠକ ପାଇଁ ଆୟୋଜନ ସ୍ଥଳରେ ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ ।