ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚିଲିକା ଓ ଅଶୁଂପାର ରକ୍ଷଣବେକ୍ଷଣା ନିମନ୍ତେ ୪.୭କୋଟି ଟଙ୍କାର ପ୍ରଦାନ କରିଛି କେନ୍ଦ୍ର । ଗତ ୨ବର୍ଷରେ କେନ୍ଦ୍ର ସରକାର ନ୍ୟାସନାଲ ପ୍ଲାନ ଫର କଞ୍ଜରଭେସନ ଅଫ ଆକ୍ୱାଟିକ ଇକୋସିଷ୍ଟମ ଅଧୀନରେ ଓଡିଶାକୁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି । ଚିଲିକା ଭାରତର ସର୍ବବୃହତ ଲୁଣି ହ୍ରଦ ହୋଇଥିବା ବେଳେ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଆଶୁଂପାଳ ଅଟେ ।
ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ @PrakashJavdekar ଜୀଙ୍କ ଦକ୍ଷ କାର୍ଯ୍ୟଶୈଳି ଯୋଗୁଁ ସନ୍ତସନ୍ତିଆ ଅଞ୍ଚଳ ଓ ଜୈବ ବିବିଧତାର ସଂରକ୍ଷଣ, ସୁରକ୍ଷା ଏବଂ ପରିଚାଳନା ଦିଗରେ ଠୋସ୍ ପଦକ୍ଷେପ ନିଆଯାଇପାରିଛି ।
— Dharmendra Pradhan (@dpradhanbjp) September 19, 2020
ତେବେ ଏହାର ରକ୍ଷଣବେକ୍ଷଣ ନିମନ୍ତେ କେନ୍ଦ୍ର ସରକାର ଏହି ଅର୍ଥ ରାଶି ପ୍ରଦାନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବହନ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଜରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେି ଟ୍ୱିଟ କରି ଲେଖିଛନ୍ତି, ତିନି ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇଥିବା ଥିବା ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି ଏବଂ ସମଗ୍ର ଦେଶରେ ଆମର ସନ୍ତସନ୍ତିଆ ଅଞ୍ଚଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇଛି । ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଥିବା ଅଂଶୁପା ହ୍ରଦ ଏବଂ ଚିଲିକା ହ୍ରଦ ପରିବ୍ରାଜୀ ପକ୍ଷୀମାନଙ୍କର ବାସଗୃହ ଓ ପ୍ରକୃତି ବିଶେଷଜ୍ଞଙ୍କ ପାଇଁ ସ୍ୱର୍ଗ ସଦୃଶ । ଏକ ସ୍ଥିର ଭବିଷ୍ୟତ ପାଇଁ ଭାରତ ସରକାର ଏହି ‘ଓଡ଼ିଶାର ଅଳଙ୍କାର’ର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।
ବିଗତ ୨ ବର୍ଷ ମଧ୍ୟରେ ମୋଦି ସରକାର ନ୍ୟାସନାଲ୍ ପ୍ଲାନ୍ ଫର୍ କନଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ #NPCA ଅଧୀନରେ ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଆର୍ଥିକ ଅନୁଦାନ ଦିଆଯାଇଛି । pic.twitter.com/LNaYHsubjG
— Dharmendra Pradhan (@dpradhanbjp) September 19, 2020
ତିନି ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇଥିବା ଥିବା ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି ଏବଂ ସମଗ୍ର ଦେଶରେ ଆମର ସନ୍ତସନ୍ତିଆ ଅଞ୍ଚଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇଛି । pic.twitter.com/eHLwVCKg7c
— Dharmendra Pradhan (@dpradhanbjp) September 19, 2020
ସେ ଆହୁରୀ ମଧ୍ୟ ଲେଖିଉନ୍ତି, ସହରାଞ୍ଚଳର ସ୍ଥିର ଭବିଷ୍ୟତ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ଇକୋସିଷ୍ଟମ୍ ନିମନ୍ତେ ସନ୍ତସନ୍ତିଆ ଅଞ୍ଚଳ ହେଉଛି ଗୁରୁତ୍ୱପୂର୍ଣ୍ଣ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ଏହି ସନ୍ତସନ୍ତିଆ ଅଞ୍ଚଳ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସହାୟକ ହୋଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସହରାଞ୍ଚଳର ସ୍ଥିର ଭବିଷ୍ୟତ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ଇକୋସିଷ୍ଟମ୍ ନିମନ୍ତେ ସନ୍ତସନ୍ତିଆ ଅଞ୍ଚଳ ହେଉଛି ଗୁରୁତ୍ୱପୂର୍ଣ୍ଣ । pic.twitter.com/FRIlPJZK4w
— Dharmendra Pradhan (@dpradhanbjp) September 19, 2020
ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ଏହି ସନ୍ତସନ୍ତିଆ ଅଞ୍ଚଳ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସହାୟକ ହୋଇଥାଏ । pic.twitter.com/O6I9c6fsnh
— Dharmendra Pradhan (@dpradhanbjp) September 19, 2020