ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିବ ତାତି । ଆସନ୍ତା ୩ ଦିନ ଭିତରେ ବଢିବ ଦିନ ତାପମାତ୍ରା । ୧୦ ଡିଗ୍ରୀ ଯାଏଁ ବଢିପାରେ ତାପମାତ୍ରା । ସେହିପରି ୩ ରୁ ୫ ଡିଗ୍ରୀ ଯାଏଁ ବଢିପାରେ ରାତି ତାପମାତ୍ରା । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଦୁଇଦିନ ପାଗ କୋହଲା ଥିଲା । ୧୫ ରୁ ୧୬ ଡିଗ୍ରୀ ଯାଏଁ ହ୍ରାସ ପାଇ୍ଥିଲା ତାପମାତ୍ରା । କିନ୍ତୁ ଗୁରୁବାରଠୁ ପାଗରେ ଆସିଛି ପରିବର୍ତ୍ତନ ।