ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉଚ୍ଚ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ କେନ୍ଦ୍ର ସରକାର ଏକ ବଡ ଧରଣର ନିଷ୍ପତି ନେଇଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ବିଶ୍ୱବିଦ୍ୟାଳୟ ମଂଜୁରୀ ଆୟୋଗ(ୟୁଜିସି)କୁ ଉଚ୍ଛେଦ କରିବା ପାଇଁ ଘୋଷଣା କରାଯାଇଛିି । ଏଚଆରଡି ଜରିଆରେ ୧୯୫୬ର ୟୁଜିସି ଆକ୍ଟ କୁ ଉଚ୍ଛେଦ କରି ଏଜୁକେସନ କମିଶନ ଅଫ ଇଣ୍ଡିଆ ଆକ୍ଟ ୨୦୧୮ରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ନୂଆ ଆକ୍ଟ ଚିଠା ଜାରି କରିଛନ୍ତି । ଏହି ଆୟୋଗରେ ଦୋୟମ ଦର୍ଜି ସଂସ୍ଥା ଓ ଫର୍ଜି ଶିକ୍ଷକ ସଂସ୍ଥାମାନେ ଅୟୋଗର ମାପଦଣ୍ଡକୁ ପୁରା କରୁନଥିଲେ । ଏଭଳି ସଂସ୍ଥାକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ । ଯଦି କୌଣସି ଶିକ୍ଷାନୁଷ୍ଠାନ ଏହି ଆଦେଶକୁ ଅବମାନନା କରୁଛନ୍ତି, ତେବେ ସଂସ୍ଥାର ମ୍ୟାନଜମେଂଟ କର୍ମଚାରୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ମିଳିବ ।
ଏହା ବ୍ୟତୀତ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟର ଏକାଡେମିର ପାରାମିଟରକୁ ସ୍ଥାପିତ କରିବା ସହ ନୂଆ ସୂଚୀ ଅନୁସାରେ ପାଠ୍ୟକ୍ରମ ପ୍ରଣାଳୀକୁ ବଦଳେଇବା ଓ ସୁଧାରିବା ଉପରେ ଧ୍ୟାନ ଦେବାକୁ ପ୍ରସ୍ତାବ ଦିଆଯାଇଛିି ।