ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର ଜାମ୍ମୁ- କାଶ୍ମୀର ଓ ଲଦାଖର ସମସ୍ତ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି । ଜାମ୍ମୁ- କାଶ୍ମୀର ଓ ଲଦାଖର ସମସ୍ତ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିସନଙ୍କ ଆଧାରରେ ମିଳିବ ବେତନ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହା ସହ ସମସ୍ତ ପ୍ରକାରର ଭତ୍ତା ପ୍ରଦାନ ପ୍ରସ୍ତାବ ଉପରେ ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୋହର ଲଗାଇଛନ୍ତି। ଏହି ନିଷ୍ପତି ୨୦୧୯ଅକ୍ଟୋବର ୩୧ ତାରିଖରୁ ଲାଗୁ ହେବ ।
ଏହା ଲଗୁ ହେଲା ପରେ ଜାମ୍ମୁ- କାଶ୍ମୀର ଓ ଲଦାଖର ୪ଲକ୍ଷ ୫ ହଜାର ସରକାରୀ କର୍ମଚାରୀ ଉପକୃତ ହେବେ । ତେବେ ଏହା ଦ୍ୱାରା ସରାକୀରୀ କର୍ମଚାରୀ ମାନେ ମେଡିକାଲ ଭତ୍ତା ବାବଦ ୧୦୬ କୋଟି, ପିଲାମାନଙ୍କ ଶିକ୍ଷା ଭତ୍ତା ବାବଦ ୬୦୭ କୋଟି, ପରିବହନ ଭତ୍ତା ବାବଦ ୧୨୦୦ କୋଟି, ଏଲଟିସି ଭତ୍ତା ବାବଦ ୧୦୦୦ କୋଟି, ହଷ୍ଟେଲେ ଭତ୍ତା ବାବଦ ୧୮୨୩ କୋଟି ଏବଂ ଅନ୍ୟାନ ଭତ୍ତା ବାବଦ ୬୭କୋଟି ପାଇବେ ବୋଲି କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛି ।