ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରର କର୍ମଚାରୀଙ୍କୁ ଏବେ ଆଠ ଘଣ୍ଟା ବଦଳରେ ନଅ ଘଣ୍ଟା କାମ କରିବାକୁ ପଡିପାରେ । ଏନେଇ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ଏକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । କେବଳ ଏତିକି ନୁହେଁ ଏନେଇ କେନ୍ଦ୍ର ସରକାର ୱେଜ୍ କୋଡ୍ ରୁଲ୍ ବି ପ୍ରସ୍ତୁତ କରିସାରିଲେଣି ।
ଏଥିରେ ସରାକରୀ କର୍ମଚାରୀଙ୍କ କାମ କରିବାର ସମୟରେ ଏକ ଘଣ୍ଟା ବଢାଇବାକୁ ସୁପାରିଶ କରାଯାଇଛି । ବର୍ତ୍ତମାନର ନିୟମ ଅନୁଯାୟୀ ଆଠ ଘଣ୍ଟା କାର୍ଯ୍ୟବିଧି ଏବଂ ୨୬ ଦିନ କାମ କରିବାର ନିୟମ ଦ୍ୱାରା ବେତନ ପ୍ରସ୍ତୁତି ହୋଇଥାଏ । ହୁଏତ ଏହି ନିୟମରେ ରାଷ୍ଟ୍ରୀୟ ନ୍ୟୁନତମ ବେତନମାନର ଘୋଷଣା ସାମିଲ ନାହିଁ ।
କେବଳ ଏତିକି କୁହାଯାଇଛି କି ଭବିଷ୍ୟତରେ ଏକ ବିଷେଶଜ୍ଞ ସମିତି ନ୍ୟୁନତମ ବେତନମାନକୁ ନେଇ ସରକାରଙ୍କଠାରେ ସୁପାରିଶ କରିବେ ।