(ଏଟିଆର ବ୍ୟୁରୋ): ହୁତୁ ହୁତୁ ହୋଇ ଜଳୁଛି ରୋସ୍ତୋରାଂ । ଚାରିଆଡେ ଖାଲି ନିଆଁ । ଗୋଟେ ପରେ ଗୋଟେ ଏକକାଳୀନ ତିନୋଟି ସିଲିଣ୍ଡର ବିସ୍ଫୋରଣ ହେବା ଦ୍ୱାରା ଏଭଳି ଭୟାବହ ଅଗ୍ନିକାଣ୍ଡ ଉତ୍ତରପ୍ରଦେଶ ଝାନ୍ସିର ଏକ ରେସ୍ତୋରାଂରେ ଘଟିଛି । ବିସ୍ଫୋରଣ ଶବ୍ଦରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଖବର ପାଇଁ ଦମକଳ ବାହିନୀ ଟିମ୍ ଘଟଣାସ୍ଥଳରେ ପହଁଚି ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ନିଆଁକୁ ଆୟତ କରିପାରିଛନ୍ତି ।
ରିପୋର୍ଟ ମୁତାବକ, ପଞ୍ଚବଟୀ କଲୋନୀର କୋତବାଲୀ ସାମ୍ନାରେ ଥିବା ରେସ୍ତୋରାଂ ର ମାଲିକ ହେଉଛନ୍ତି ହରିଶ ସିଂହ । ଶୁକ୍ରବାର ସକାଳୁ ରେସ୍ତୋରାଂ ଖୋଲା ହେବା ପରେ କାମ ଚାଲିଥିଲା, ସେହି ସମୟରେ ଅଚାନକ୍ କିଚେନ୍ ରେ ନିଆଁ ଲାଗିଯାଇଥିଲା । ଏହାକୁ ଦେଖି କର୍ମଚାରୀ ମାନେ ଭୟରେ ଛାନିଆ ହୋଇ ଯିବା ସହ ନିଆଁକୁ କାବୁ କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ଧୀରେ ଧୀରେ ନିଆଁ ଚାରିଆଡେ ବ୍ୟାପିବା ହେତୁ ରୋସ୍ତୋରାଂରେ ଥିବା ସିଲିଣ୍ଡର ଗୋଟେ ପରେ ଗୋଟେ ଲଗାତର ତିନୋଟି ସିଲିଣ୍ଡର ଫାଟିଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ବଢିଯାଇଥିଲେ ଯେ ଘଟଣାସ୍ଥଳରେ ତିନୋଟି ଦମକଳ ଗାଡି ଆସି ନିଆଁକୁ ଆୟ ତ କରିଥିଲେ । ସେହି ସମୟରେ ପୋଲିସ ପକ୍ଷରୁ ରାସ୍ତା ରୋକ୍ କରାଯାଇଥିଲା ।