ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଏବେ ସମସ୍ତେ ଟୀକା ଅପେକ୍ଷାରେ । ଲୋକଙ୍କ ପାଖରେ କିଭଳି ସହଜରେ ଟୀକା ପହଁଚି ପାରିବ । ସେଥିପାଇଁ ଏକ ଆପ୍ ଆଣୁଛନ୍ତି କେନ୍ଦ୍ର ସରକାର । ଯାହାର ନାମ ରହିଛି ‘କୋଭିନ୍ ଆପ୍’ । ଏଥିରେ ଡାଟା ଏକତ୍ରିତ କରାଯିବ । କାହାକୁ ଟୀକା ଦିଆଗଲା, କେତେ ଟୀକା କିଣା ହେଲା, କେତେ ବିତରଣ ହେଲା ଆଉ କେତେ ରହିଲା ।
ସରକାରଙ୍କ କହିବାନୁଯାୟୀ ଏହି ଆପ୍ ସମୟ ଆଧାରରେ ଡାଟା ଅପଲୋଡ କରିବା ସହିତ ଡାଟା ପ୍ରାପ୍ତ କରିବାର ସହାୟକ ହେବ । ଏହାବ୍ୟତିତ ରାଜ୍ୟ ଦ୍ୱାରା କେନ୍ଦ୍ରକୁ ଡାଟା ଉପଲବ୍ଧ କରାଇବାରେ ସହାୟକ ହେବ ।
ଏହି ଆପ୍ ର ଭାଗିଦାରୀରେ ଆଇସିଏମଆର, ସ୍ୱାସ୍ଥ୍ୟମନ୍ତ୍ରାଳୟ ଏବଂ ଆୟୁଷ୍ମାନ ଭାରତ ଭଳି ଏଜେନ୍ସି ସାମିଲ ଅଛନ୍ତି । ଟେକ୍ନୋଲଜି ମାଧ୍ୟମରେ ଲୋକଙ୍କୁ ଡାଟା ପ୍ରାପ୍ତ କରିବାରେ ସହାୟକ ମିଳିବ । ଏହାସହିତ ଆପ୍ ଏକ ଟୀକାକରଣ ପ୍ରମାଣପତ୍ର ବି ଉତ୍ପନ୍ନ କରିବ ଏବଂ ଏହାକୁ ଡିଜି-ଲକରରେ ସଂଗୃହିତ କରିବାର ବିକଳ୍ପ ପ୍ରଦାନ କରିବ ।