ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଏମିତି ଏକ ନୂଆ ନିୟମ ଆଣିବା ପାଇଁ ଚିନ୍ତା କରୁଛନ୍ତି ମୋଦି ସରକାର । ଦେଶରୁ ୨୦୩୦ ସୁଦ୍ଧା ଗରିବି ହଟାଇବା ପାଇଁ ଏଭଳି ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି ମୋଦି ସରକାର । ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନକୁ ଅନେକ ଆଡୁ ସମର୍ଥନ ମିଳୁଥିବାରୁ ସରକାର ପୁଣି ଏହି ଭଳି ଏକ ଯୋଜନା ଆଣିବେ ।
ସୂଚନାଅନୁସାରେ ଏହି ଯୋଜନାର ମୂଳ ଲକ୍ଷ ରହିଛି ଗୋଟିଏ ଦେଶରେ ଯିଏ ଯେଉଁଠିକାର ହୋଇଥିଲେ ମଧ୍ୟ ସେ ରହୁଥିବା ଆଖପାଖ ଡିଲରଙ୍କ ଠାରୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ରାସନ ପାଇ ପାରିବ । ସରକାର ଆଗକୁ ଏହି ଭଳି ଏକ ଯୋଜନା ଆଣିବାକୁ ଯାଉଛନ୍ତି ବୋଲି ଶୁକ୍ରବାର ସଂସଦରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଲାସ ପାସୱାନ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ବେଳେ ଏହି ପ୍ରସଙ୍ଗ ଉଥାପନ କରିଛନ୍ତି ।
କେବଳ ସେତିକି ନୁହେଁ ଏହାକୁ ମଧ୍ୟ କ୍ୟାସ ଲେସ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଜଣେ ଉପଭୋକ୍ତା ଯେ କୌଣସି ରାଜ୍ୟର ବାସିନ୍ଦା ହୋଇ ଥାଉ ନାଁ କାହିଁକି ସେ ଯେଉଁଠି ରହୁଥିବ ସେଠାରେ ସେ ସରକାରଙ୍କ ଦା୍ୱରା ଦିଆଯାଉଥିବା ରାସନ କାର୍ଡର ସୁବିଧା ପାଇ ପାରିବ । ଏମିତି ଏଥି ପାଇଁ ଆଧାରକାର୍ଡ ମଧ୍ୟ ଜରୁରୀ ନୁହେଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ ।