ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ସାରା ଭାରତ ବର୍ଷରେ ପିଆଜ ପାଇଁ ହାହାକାର ପଡିଛି । ସାଧାରଣ ଲୋକ ଟିଏ ପିଆଜ କିଣିବା ପାଇଁ ଡରୁଛି । ରୋଷେଇ ଘରେ ପିଆଜ ଆଉ ଦେଖିବାକୁ ମିଳୁ ନାହିଁ । ଲୋକ ମାନେ ବଜାରରୁ ପିଆଜ କିଣିବା ପୂର୍ବରୁ ଚିନ୍ତା କରୁଛନ୍ତି । ଏହି ଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷପ ନେଇଛନ୍ତି ।
ସୂଚନା ଅନୁସାରେ କେନ୍ଦ୍ର ସରକାର ତୁର୍କୀରୁ ଭାରତକୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନୀ ହେବା ପାଇଁ ନିଷ୍ପତି ନେଇଛନ୍ତି । ଉପଭୋକ୍ତା ମାମଲା ମନ୍ତ୍ରାଳୟ ପକ୍ଷରୁ ଏ ବାବଦରେ ସୂଚନା ଦେଇ କୁହାଯାଇଛି ଯେ, ଏମଏମଟିସି ୧୧ ହଜାର ମିଲିୟନ ଟନ ପିଆଜ ଆମଦାନୀ କରିବାକୁ ଆଦେଶ ଦେଇଛନ୍ତି । ଏହା ବ୍ୟତୀତ ସରକାର ମିଶରରୁ ୬୦୯୦ ମିଲିୟନ ଟନ ପିଆଜ ଆମଦାନୀ କରିଛନ୍ତି । ଏହି ପିଆଜ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଜାନୁୟାରୀ ଆରମ୍ଭ ରେ ଭାରତରେ ପହଞ୍ଚିବ । ଏହା ପରେ ଲୋକ ମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ଏହାକୁ ନେଇ କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଲାସ ପାଶୱାନ ଟୁଇଟ କରି ଜଣାଇଛନ୍ତି ।
Department of Consumer Affairs directs MMTC to place order for import of 11000 MT of Onions from Turkey which will begin arriving from late December/early January. 11000 MT is in addition to the 6090 MT of Onions arriving from Egypt mid December @mmtc_ltd @consaff @PMOIndia
— Ram Vilas Paswan (@irvpaswan) December 1, 2019