ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ସୁପରିଚାଳନା ପାଇଁ କେନ୍ଦ୍ର ଓଡିଶାକୁ ପୁଣି ପ୍ରଶଂସା କରିଛି । ଗତକାଳଇ ନିତିଦିନିଆ ହେଉଥିବା ସାମ୍ବାଦିକ ସମ୍ମୀଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଶ୍ରୀ ଅଗ୍ରୱାଲ ପ୍ରଶଂସା କରି କହିଛନ୍ତି କରୋନାକୁ ରୋକିବାରେ ଓଡିଶା ଓ କେରଳ ଆଗରେ ରହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ୧୮ ଟି ରାଜ୍ୟରେ ଜାତୀୟ ଠାରୁ କରୋନା ସଂକ୍ରମଣ ହାର କମ ରହିଛି । ସେମାନଙ୍କ ମଧ୍ୟରୁ ଓଡିଶା ଓ କେରଳରେ ସବୁଠାରୁ କମ ରହିଛି ।
ଓଡିଶା ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାକୁ ୩୦ ଦିନରୁ ଅଧିକ ସମୟ ଲାଗୁଛି । ସିଧାକଥାରେ କହିବାକୁ ଗଲେ ୩୦ ଦିନ ପରେ ଯାଇ କେରଳ ଓ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ପୁରା ଦେଶ କଥା ଯଦି ଦେଖିବା ଦେଶରେ ୩.୪ ରୁ ବଢି ୭. ୫ ହେବାକୁ ୭ ଦିନ ସମୟ ଲାଗିଛି । ଅନ୍ୟପଟେ ଶ୍ରୀ ଅଗ୍ରୱାଲ ଆଉ ଏକ ତଥ୍ୟ ଦେଇ କହିଛନ୍ତି ଦେଶର ୨୩ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଟି ଜିଲ୍ଲା କରୋନା ମୁକ୍ତ ହୋଇଛି ।