ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ମେ’ ୨୮ ରେ ନୂତନ ସଂସଦ ଭବନ ଉଦଘାଟନୀ ଅବସରରେ କେନ୍ଦ୍ର ଜାରି କରିବ ୭୫ ଟଙ୍କିଆ କଏନ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ।
୩୫ ଗ୍ରାମର ଏହି ୭୫ ଟଙ୍କିଆ କଏନରେ ରୂପା, କପର, ନିକେଲ, ଜିଙ୍କ ରହିବ । କଏନରେ ଗୋଟେପଟେ ସଂସଦ ଭବନ ସହ ସଂସଦ ସଂକୁଳ ଲେଖାଥିବା ବେଳେ ଅନ୍ୟପଟେ ଅଶୋକ ସ୍ତମ୍ଭ ସହ ସତ୍ୟମେବ ଜୟତେ ଥିବ ।