ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଗାୟକ ଅଦନାନ ସାମିଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ଅଦନାନଙ୍କୁ ସମ୍ମାନୀତ କରାଯିବା ନେଇ ବିପକ୍ଷ ଦଳ ନେତା ମଧ୍ୟରେ ଦୁଇ ଭାଗ ହୋଇଯାଇଛି । ଏହି ପଦ୍ମଶ୍ରୀ ସମ୍ମାନ ଦେବାକୁ ନେଇ ଚାମଚାଗିରି ବୋଲି କହିଛନ୍ତି ଦଳର ପ୍ରବକ୍ତା ଏବଂ ଆମେରିକାରେ ଆଇନ୍ ଶିକ୍ଷା ଗ୍ରହଣ କରିଥିବା ଜୟବୀର ଶେରଗିଲ । ଅନ୍ୟପଟେ ପାର୍ଟିର ବରିଷ୍ଠ ନେତା ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଅଦନାନଙ୍କୁ ଶୂଭେଚ୍ଛା ଜଣାଇଛନ୍ତି ।
ପାର୍ଟି ପ୍ରବକ୍ତା ଜୟବୀର ଶେରଗିଲ କହିଛନ୍ତି, ଭାରତୀୟ ସେନାର ବୀର ଯବାନ ଏବଂ ଭାରତ ମାତାଙ୍କ ପୁତ୍ର ମୋହମ୍ମଦ ସନାଉଲ୍ଲାହ, ଯିଏ ପାକିସ୍ତାନ ବିପକ୍ଷରେ କାରଗିଲ ଯୁଦ୍ଧ ଲଢିଥିଲେ । ତାଙ୍କୁ ଏନଆରସି ଜରିଆରେ ଅନାହୂତ ପ୍ରବେଶକ ଘୋଷିତ କରାଯାଇଛି । ଅନ୍ୟପଟେ ଅଦନାନ ସାମିଙ୍କୁ ପଦ୍ମଶ୍ରୀ ପାଇଁ ଘୋଷଣା କରାଗଲା, ଯାହାଙ୍କ ପିତା ପାକିସ୍ତାନୀ ବାୟୁସେନାର ଅଫିସର ଥିଲେ ଏବଂ ସେ ଭାରତ ବିରୋଧରେ ଗୁଳି ବର୍ଷଣ ମଧ୍ୟ କରିଥିଲେ ।
ଜୟବୀର ସେରଗିଲ ଟ୍ୱିଟ୍ ଯୋଗେ ଏକ ଭିଡିଓ ଜାରି କରି ବିଜେପିକୁ ତିନୋଟି ପ୍ରଶ୍ନ ପଚାରିଛନ୍ତି ।
3 Q’s to BJP Govt on #PadmaShri for #adnansami :
1. Why Indian Soldier like Mohd Sannaullah is declared foreigner via NRC & Son of Pakistan Air Force Pilot is given Padma Shri?
2. Is contribution “Yogdan” to society or BJP Govt “Gungan” praise new criteria?
3. Is this New India? pic.twitter.com/vYxVGuOR8q— Jaiveer Shergill (@JaiveerShergill) January 26, 2020