ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ଚନ୍ଦ୍ରଯାନର ପ୍ରପଲସନ ମଡ୍ୟୁଲ ଚନ୍ଦ୍ର କକ୍ଷପଥରୁ ସଫଳତାର ସହ ଫେରି ଆସିଛି । ଏକ ସ୍ୱତନ୍ତ୍ର ପରିକ୍ଷଣରେ ଚନ୍ଦ୍ରର କକ୍ଷପଥରୁ ଏହି ଚନ୍ଦ୍ରଯାନର ପ୍ରପଲସନ ମଡ୍ୟୁଲକୁ ଅଣାଯାଇଛି । ଏହି ପ୍ରପଲସନ ମଡ୍ୟୁଲ ଚନ୍ଦ୍ରମିଶନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ମଡ୍ୟୁଲରେ ସ୍ପେକ୍ଟ୍ରୋପୋଲାରିମେଟ୍ରି ଅଫ୍ ହାବିଟେବଲ ପ୍ଲାନେଟ ଅଛି ।
ଏନେଇ ଇସ୍ରୋ ଟ୍ୱିଟ କରି କହିଛି କି,ଚନ୍ଦ୍ରଯାନ୩ ମିଶନ, ସିଏଚ-୩ ପ୍ରପଲସନ୍ ମଡ୍ୟୁଲ ସଫଳ ଭାବେ ଘୁରିଛି! ପ୍ରପଲସନ୍ ମଡ୍ୟୁଲ ପୃଥିବୀ କ’ ପଥକୁ ଫେରିଆସିଛି ।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ଶ୍ରୀହରୀକୋଟା ସ୍ଥିତ ସ୍ପେସ ଷ୍ଟେସନରୁ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ୩ ର ଉତକ୍ଷେପଣ ହୋଇଥିଲା । ଏହା ଚନ୍ଦ୍ରର ଦକ୍ଷୀଣ ମେରୁରେ ଅଗଷ୍ଟ ୨୩ରେ ସଫ୍ଟ ଲାଣ୍ଡିଂ କରି ଇତିହାସ ରଚିଥିଲା । ।