ମୁମ୍ବାଇ(ଏଟିଆର ବ୍ୟୁରୋ):ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁଁହ ଖୋଲିଥିଲେ ବଲିଉଡ କ୍ୱିନ କଙ୍ଗନା ରଣାୱତ । ଏହା ସହ ସେ ମହରାଷ୍ଟ୍ର ସରକାରର ପୋଲ ମଧ୍ୟ ଖୋଲି ଥିଲେ । ମହରାଷ୍ଟ୍ର ସରକାର ଓ କଙ୍ଗନା ରଣାୱତଙ୍କ ମଧ୍ୟରେ ବଢିଥିଲା ବିବାଦ । ତାଙ୍କ ବିବାଦ ଏବେ ଉଗ୍ର ରୂପ ନେଇଛି । ଏହି କ୍ରମରେ କଙ୍ଗନା ମୁମ୍ବାଇ ପହଞ୍ଚିବା ପୂର୍ବରୁ ବିଏମସି ଆକ୍ସନ ମୋଡ୍କୁ ଆସିଛି। ବିଏମସି ବାନ୍ଦ୍ରାର ପାଲି ହାଉସ ସ୍ଥିତ କଙ୍ଗନାଙ୍କ ଅଫିସକୁ ଅବୈଧ ନିର୍ମାଣକୁ ନେଇ ୨୪ ଘଂଟା ମଧ୍ୟରେ ଦ୍ୱୀତିୟ ନୋଟିସ୍ ଜାରି କରିଥିଲେ। ଏହା ପରେ ବିଏମସିର ଟିମ୍ ବୁଲଡୋଜର, କ୍ରେନ୍ ତଥା ହାତୁଡିରେ ପହଞ୍ଚିଥିଲା କଙ୍ଗନାଙ୍କ ଅଫସିରେ। ଏପରିକିକ ଅଫିସର ଗୋଟିଏ ଭାଗକୁ ନଷ୍ଟ କରିଦେଇଛି ବିଏମସି। ବିଏମସିର ଏହି କାର୍ୟ୍ୟ ଯୋଗୁ କଙ୍ଗନା ବମ୍ବେ ହାଇାକୋର୍ଟରେ ଅପିଲ କଲେ। ଏବେ ବମ୍ବେ ହାଇକୋର୍ଟ ବିଏମସିର ଏହି କାର୍ୟ୍ୟ ଉପରେ ରୋକ ଲଗାଇବା ଆଦେଶ ଜାରି କରିଛନ୍ତି। ଆଦେଶ ଜାରି ବେଳକୁ ବିଏମସି ଟିମ୍ ଭଙ୍ଗାରୁଜା କରି ଫେରି ଆସିଛନ୍ତି। ଏବେ ଏହି ମାମଲାର ଶୁଣାଣି ଗୁରୁବାର ଦିନ ହେବ । ତେବେ କଙ୍ଗନା କହିଛନ୍ତି ତାଙ୍କ ଅଫିସ ଲିଗାଲ ଓ ସେ ଅଫିସର ସବୁ କାଗଜ ପତ୍ର ରଖିଛନ୍ତି । । ବିଏମସିର ଏହା ଉପରେ ବି ଅଭିନେତ୍ରୀ କଙ୍ଗନା ପ୍ରତିକ୍ରିୟା ରଖି ବିଏମସିକୁ ବାବର ସେନା କହିବା ସହ ନିଜ ଅଫିସକୁ ଆଉ ଥରେ ତିଆରି କରିବେ ବୋଲି କହିଛନ୍ତି । ଏହା ସହ ସେ ମହାରାଷ୍ଟ୍ର ସରକାରକୁ ଚ୍ୟାଲେଞ୍ଜ କରିଛନ୍ତି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024