ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେପ୍ଟମ୍ବର ୭ରେ ହାର୍ଡ ଲାଣ୍ଡିଂ ପରେ ବିକ୍ରମ ଲାଣ୍ଡର ସହିତ ସମ୍ପର୍କ ଯୋଡିବାର ଆଶା ସମୟାନୁଯାୟୀ ଦିନକୁ ଦିନ ଧୂଳିସାତ ହେବାକୁ ଯାଉଛି । ବିକ୍ରମ ର ଜୀବନ ବଞ୍ଚାଇବା ପାଇଁ ଭାରତୀୟ ଆନ୍ତରୀକ୍ଷ ଏଜେନ୍ସି ଇସ୍ରୋ ପାଖରେ ଏବେ ମାତ୍ର ଗୋଟେ ସପ୍ତାହ ଅଛି ।
ପ୍ରକୃତରେ ବିକ୍ରମ ଏବଂ ତା ଭିତରେ ଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ପରିକ୍ରମା କରିବାର ଥିଲା । ଇତି ମଧ୍ୟରେ ଇସ୍ରୋ ପାଖରେ ଆଉ ମାତ୍ର ଅଳ୍ପ ସମୟ ବାକି ରହିଛି ।
ଏନେଇ ଇସ୍ରୋ ବୈଜ୍ଞାନିକ କହିଛନ୍ତି , ଯେମିତି ଯେମିତି ସମୟ ଗଡି ଯାଉଛି, ସେମିତି ବିକ୍ରମ ସହିତ ଯୋଗାଯୋଗ କରିବା ଜଟିଳ ହୋଇଯାଉଛି । ତାର ବ୍ୟାଟେରୀ ବି ସରି ସରି ଯାଉଛି । ଯଦି ଏଥିରେ ବ୍ୟାଟେରୀ ସମ୍ପୂର୍ଣ୍ଣ ଶେଷ ହୋଇ ଯାଉଛି ତେବେ ବିକ୍ରମ ର ଜୀବନ ବଞ୍ଚାଇବା ପାଇଁ କେହି ନଥିବେ । ଗଡିଯାଉଥିବା ପ୍ରତ୍ୟେକ ମିନିଟ୍ ରେ ପରିସ୍ଥିତି ଖରାପ ହୋଇ ଯାଉଛି ।
ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଇସ୍ରୋ ର ଟେଲିମେଟ୍ରୋ, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କର ଏକ ଟିମ୍ ଦିନ ରାତି ଏକାଠି କରିଦେଇଛନ୍ତି । ଗତ ସେପ୍ଟମ୍ବର ୭ ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ କରିଥାନ୍ତି ବିକ୍ରମ । ମାତ୍ର ଚନ୍ଦ୍ରପୃଷ୍ଠର ମାତ୍ର ୨.୧ କି.ମି ଦୂରରୁ ବିକ୍ରମ ସହ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଥିଲା । ପରେ ଚନ୍ଦ୍ରଯାନ ୨ ର ଅର୍ବିଟର ହାର୍ଡ ଲାଣ୍ଡିଂ କରି ଚନ୍ଦ୍ରପୃଷ୍ଠରେ ପଡିଥିଲା ବିକ୍ରମର ଠିକଣା ବିଷୟରେ ଅବଗତ କରାଇଥିଲା । ଯାହାପରେ ପୁଣି ଥରେ ବୈଜ୍ଞାନିକଙ୍କ ଆଶା ଜାଗ୍ରତ ହୋଇ ଉଠିଥିଲା ।