ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ପରଦାକୁ ଆସୁଛି ବହୁ ଚର୍ଚ୍ଚିତ ସିନେମା ଛପାକ । ତେବେ ଏହି ସନେମାଟି ଫ୍ଲୋରକୁ ଆସିବା ପୂର୍ବରୁ ହିଁ ଚର୍ଚ୍ଚାରେ ରହି ଆସିଛି । ତେବେ ଏହି ସିନେମାକୁ ଛତିଶଗଡ ଓ ମଧ୍ୟ ପ୍ରଦେଶରେ ଟ୍ୟାକ୍ସ ଫ୍ରି କରାଯାଇଛି । ମଧ୍ୟ ପଦେଶର ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ଅନ୍ୟପଟେ ଏହି ସିନେମାକୁ ଦେଖିବା ପାଇଁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ହଲ ବୁକ କରିଛନ୍ତି । ଯେଉଁଥିରେ ସମାଜବାଦୀ ପାର୍ଟିର କମକର୍ତ୍ତା ଏକାଠୀ ହୋଇ ସିନେମା ଦେଖିବେ ।
ଜେଏନୟୁରେ ହିଂସାକାଣ୍ଡରେ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ଘଟଣାରେ ଏହି ସିନେମାକୁ ବୟକଟ କରିବା ପାଇଁ ଚର୍ଚ୍ଚା ଜୋର ଧରୁଛି । ଅନ୍ୟପଟେ ଆଜି ଛପାକ ସହିତ ଅଜୟ ଦେବଗନଙ୍କ ତାନାଜୀ ମଧ୍ୟ ପରଦାକୁ ଆସୁଛି । ଛପାକ ସିନେମା ଲକ୍ଷ୍ମୀ ଅଗ୍ରୱାଲଙ୍କ ଏସିଡି ଆଟାକ କାହାଣୀକୁ ନେଇ ହୋଇଥିବା ବେଳେ ତାନାଜୀ ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲସାରେଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ଛପାକରେ ଦୀପିକା ପାଦୁକୋନ ନଜର ଆସୁଥିବା ବେଳେ ତାନାଜୀରେ ସିଂହମ ଅଜୟ ଦେବଗନ ଓ କାେଜୋଲ ଦେବଗନ ନଜର ଆସୁଛନ୍ତି ।