ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୧୫ ତାରିଖ ଠାରୁ ଗ୍ରାହକ ମାନେ ସେମାନଙ୍କ ବକେୟା ବିଦ୍ୟୁତ ବିଲ ପୈଠ ନକଲେ ବିଦ୍ୟୁତ କାଟ କରାଯିବ ବୋଲି ସେସୁ ପକ୍ଷରୁ ଘୋଷଣା କରାଯିବା ପରେ, ଏବେ ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତରୟ କହିଛନ୍ତି , ବିଦ୍ୟୁତ କାଟିଲେ ହେବ ଆନ୍ଦୋଳନ । ଶିଳ୍ପ ପତିଙ୍କ ଉପରେ ଶହଶହ କୋଟି ଟଙ୍କାର ବିଦ୍ୟୁତ ବିଲ ବକେୟା ରହିଛି ସେମାନଙ୍କ ଠାରୁ ଆଦାୟ କରାଯାଉ । ମାତ୍ର ଯଦି ଗରିବ ଖଟିଖିଆଙ୍କ ଠାରୁ ଜୋର ଦବରଦସ୍ତ ବିଦ୍ୟୁତ ବିଲ ଆଦାୟ କରାଯାଏ ଏବଂ ସେମାନଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଏ ତେବେ ଆମେ ଆନ୍ଦୋଳନ କରିବୁ । ଅର୍ଥ ଆଦାୟ ହୋଇ ପାରୁନି ବୋଲି କଣ ଗରିବ ଲୋକଙ୍କ ବିଦ୍ୟୁତ କାଟ କରି ଦିଆଯିବ । ପ୍ରଶ୍ନ ଉଠୁନି । ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଉ । ନହେଲେ ଆନ୍ଦୋଳନ କରାଯିବ । ମୁଣ୍ଡ ଉପରେ ଏବେ ଛାତ୍ରଛାତ୍ରୀଙକ ପରୀକ୍ଷା ରହିଛି । ଏଭଳି ସମୟରେ ବିଦ୍ୟୁ୍ତ କାଟକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ରହିଥିବାରୁ ସେସୁ ଆସନ୍ତା ୧୬ ତାରିଖ ଠାରୁ ଯେଉଁମାନେ ବକେୟା ବିଦ୍ୟୁତ ବିଲ ପୈଠ କରି ନାହାନ୍ତି ସେମାନଙ୍କ ବିଦ୍ୟୁତ ସେବା କାଟି ଦବାକୁ ଘୋଷଣା କରିଛି । ଏନେଇ ସେସୁ ସିଇଓ ଅରୁଣ ବ୍ରୋଥ୍ରା ସୂଚନା ପ୍ରଦାନ କରିଛନ୍ତି । ଏପର୍ୟ୍ୟନ୍ତ ୭ଲକ୍ଷ ଗ୍ରାହକଙ୍କର ମଧ୍ୟରୁ ୧.୧୦ଲକ୍ଷ ଲୋକ ବିଦ୍ୟୁତ ବିଲ ପୈଠ କରିଛନ୍ତି । ବକେୟା ଥିବା ୧୯୭୧କୋଟିରୁ ମାତ୍ର ୨୧କୋଟି ଟଙ୍କା ଆଦାୟ ହୋଇଛି । ତେବେ ବିଦ୍ୟୁତ କାଟ ନିମନ୍ତେ ୧୧, ୩୯୭ଟି ଗାଁ ଚିହ୍ନଟ ହୋଇସାରିଛି । ୧୧, ୩୯୭ ଗାଁରେ ବିଦ୍ୟୁତ ସେବା ହେବ ବନ୍ଦ । ବିଦ୍ୟୁତ କାଟ ନିମନ୍ତେ ୪୩୧ଟି ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇଛି । ତେବେ ଉପଭୋକ୍ତା ମାନଙ୍କୁ ଜାନୁଆରୀ ୧୫ ତାରିଖ ଯାଏଁ ବିଲ ବୈଠ କରିବା ପାଇଁ ସମୟ ଦିଆଯାଇଛି । ଯଦି ୧୫ ତାରିଖ ଭିତରେ ଉପୋଭକ୍ତା ମାନେ ବକେୟା ବିଲ ପୈଠ ନକଲେ ତେବେ ନିଶ୍ଚିତ ଭାବରେ ବିଦ୍ୟୁତ କାଟ ହେବ । ସମସ୍ତ ସରକାରୀ ଓ ଘରୋଇ ଗ୍ରାହକଙ୍କୁ ଏନେଇ ନୋଟିସ କରିଦିଆଯାଇଛି ବୋଲି ସୂଚନା ଦେଇଥିଲେ ।