ଜୟପୁର (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କରୋନା ନିଜର ତାଣ୍ଡବ ମଚେଇ ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଭାରତରେ ମହାମାରୀ ଯେପରି ଥମିବାର ନା ଧରୁନି । ଦିନକୁ ଦିନ ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହିଭଳି ସମୟରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ କରୋନା ସଂକ୍ରମଣ ହୋଇଛି ।
ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏହି ସୂଚନା ଦେଇଛନ୍ତି ।ଏ ସମ୍ପର୍କରେ ଟ୍ୱିଟ କରି ରାଜସ୍ଥାନ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋତେ ଜଣାଅଛି ଯେ, ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀ ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମିତ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟକୁ ନେଇ ମୁଁ ଚିନ୍ତିତ । ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
I have come to know Chief Justice of #Rajasthan High Court, Sh. Indrajit Mahanty has tested positive for #Covid_19…concerned about his health. Wish him a speedy recovery.
— Ashok Gehlot (@ashokgehlot51) August 15, 2020
ତେବେ କରୋନା ହେବା ସମ୍ପର୍କରେ ମୁଖ୍ୟ ବିଚାରପତି ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି । ସୂଚନାନୁସାରେ, ଶନିବାର ସକାଳୁ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ବିଚାରପତି ମହାନ୍ତି ହାଇକୋର୍ଟ ପରିସରରେ ବୃକ୍ଷରୋପଣ କରି ମହାଭିଯାନ ଆରମ୍ଭ କରିଥିଲେ । ଏହି ଅବସରରେ ହାଇକୋର୍ଟର ଅନ୍ୟ ବିଚାରପତି ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିବାକୁ କୁହାଯାଇଛି ।