ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ସିଏଏକୁ ନେଇ ପ୍ରତିକ୍ରିୟା । କେଉଁଠି ଏହାକୁ ବିରୋଧ କରାଯାଉଛି ତ ଆଉ କେଉଁଠି ଏହାକୁ ସମର୍ଥନ କରାଯାଉଛି । ତେବେ ଏହି ଅବସରରେ ଲୋକମାନଙ୍କ ମନରେ ଥିବା ଭ୍ରମ ହଟେଇବା ପାଇଁ ବିଜେପି ପକ୍ଷରୁ ରାଲି କରାଯିବ । ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ଏନେଇ ସୂଚନା ଦେଇଛନ୍ତି । ଏହି ରାଲି ଆଜି କୋଲକତା ସୁବୋଧ ମଲ୍ଲିକ ଛକରୁ ବାହାରି ଶ୍ୟାମାବଜାର ପର୍ଯ୍ୟନ୍ତ ଯିବ ।
ସୂଚନା ଅନୁସାରେ କାଶ୍ମୀର ଠାରୁ କନ୍ୟା କୁମାରୀ ଓ ଗୁଜୁରାଟରୁ ଗୌହାଟି ପର୍ଯ୍ୟନ୍ତ ଲୋକଙ୍କୁ ସଂପର୍କ କରାଯିବ । ଏନେଇ ଦେଶର ବିଭିନ୍ନ ସ୍ଥାନରେ ବିଜେପି ୧ ହଜାର ରାଲି କରିବାକୁ ଲକ୍ଷ୍ୟ ରଖିଛି । ସେହିଭଳି ରାଲିରେ କେନ୍ଦ୍ରୀୟ ନେତାମାନେ ସାମିଲ ହେବାକୁ କୁହାଯାଇଛି । ସୂଚନାଯୋଗ୍ୟ ଆଇଏଏନଏସ ରିପୋର୍ଟ ତଥ୍ୟ ଦେଇଛି ଭାରତରେ ୬୨ ପ୍ରତିଶତ ଲୋକ ସିଏଏ ବା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରୁଛନ୍ତି । ସେହିଭଳି ଆସାମରେ ୬୮ ପ୍ରତିଶତ ଲୋକେ ଏହି ଆଇନକୁ ବିରୋଧ କରୁଛନ୍ତି । ସାରା ଦେଶରୁ ୩ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ଏହି ତଥ୍ୟ ଜଣା ପଡିଛି ।