ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଏହି ଚିଠି ଜରିଆରେ ସେ ଦିବଗନ୍ତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ଦେବା ଲାଗି ଦାବି କରିଛନ୍ତି । ବାଲାସୁବ୍ରମଣ୍ୟଙ୍କ ମ୍ୟୁଜିକ ଏବଂ ଆର୍ଟରେ ଅମୂଲ୍ୟ ଯୋଗଦାନ ପାଇଁ ଏହି ଦାବି କରାଯାଇଛି ।
ଜଗନମୋହନ ରେଡ୍ଡୀ ଚିଠିରେ ଲେଖିଛନ୍ତି କି, ଲେଜେଣ୍ଡ୍ରି ଗାୟକ ବାଲାସୁବ୍ରମଣ୍ୟମଙ୍କୁ ସଙ୍ଗୀତ ଏବଂ କଳା କ୍ଷେତ୍ରରେ ଯୋଗଦାନ ପାଇଁ ଶ୍ରଦ୍ଧାଞ୍ଜଳୀ ରୂପେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଉ ।
ସେ ଏହି ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ମନେପକାଇ ଦେଇଛନ୍ତି କି, ଲତା ମଙ୍ଗେସକର, ଭୂପେନ ହଜାରିକା, ଏମଏସ ସୁବ୍ୱୁଲକ୍ଷ୍ମୀ, ବିସ୍ମିଲ୍ଲାହ ଖାନ ଏବଂ ଭୀମସେନ ଜୋଶୀଙ୍କୁ ଭାରତ ରତ୍ନ ଦିଆଯାଇ ସାରିଛି ।
ସୂଚନାଯ୍ୟୋ, ବାଲାସୁବ୍ରମଣ୍ୟମ ଅନେକ ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇ ସାରିଛନ୍ତି । ତାଙ୍କୁ ୨୦୦୧ ରେ ପଦ୍ମଶ୍ରୀ ଏବଂ ୨୦୧୧ ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।