ମୁମ୍ବାଇ(ଏଟିଆର ବ୍ୟୁରୋ): ଶିରିଡି ସାଇ ବାବଙ୍କ ଜନ୍ମସ୍ଥାନକୁ ନେଇ ଦେଖାଟାଇଥିବା ବିବାଦର ଅନ୍ତ ଘଟିଛ । ଆଜି ଦେଖାଯାଇଥିବା ବିବାଦକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସବୁ ଦାବି ମାନି ନେଇଛନ୍ତି ବୋଲି ଟ୍ରଷ୍ଟର ସଦସ୍ୟ କମଲାକର କୋଠୋ କହିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ଆଗକୁ ଆଉ କୌଣସି ପ୍ରକାରର ବିବାଦୀୟ ବୟାନ ଦେବେ ନାହିଁ ବୋଲି ଟ୍ରଷ୍ଟର ସଦସ୍ୟ କହିଛନ୍ତି । ଏହା ସହ ଏହି ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଏଠାରେ ସମାପ୍ତ କରିଛନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଥାଉକି ମହାରାଷ୍ଟ୍ର ସରକାର ପରଭଣୀ ଜିଲ୍ଲାର ପାଥରୀ ଗାଁକୁ ସାଇବାବାଙ୍କ ଜନ୍ମ ସ୍ଥାନ ଭାବେ ଘୋଷଣା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା । ଏହି ଗାଁର ବିକାଶ ପାଇଁ ମହାରାଷ୍ଟ୍ର ସରକାର ୧୦୦ କୋଟି ଟଙ୍କା ଘୋଷଣା କରିବା ପରେ ଏବେ ସାଇବାବା ମନ୍ଦିରକୁ ନେଇ ବିବାଦ ଘନେଇବାରେ ଲାଗିଥିଲା । ଏମିତିକି ସରକାରଙ୍କ ଏହି ଘୋଷଣାକୁ ଜୋରଦାର ବିରୋଧ କରିଥିଲେ ଶିରିଡି ଗ୍ରାମବାସୀ ।ସେମାନଙ୍କ କହିବାନୁଯାୟୀ ସାଇବାବାଙ୍କ ଧର୍ମ ଏବଂ ତାଙ୍କ ଜନ୍ମସ୍ଥାନକୁ ନେଇ କୌଣସି ସଠିକ୍ ପ୍ରମାଣ ନାହିଁ ।