ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗଙ୍ଗା ନଦୀ ସଫେଇ, ରାଜମାର୍ଗ ନିର୍ମାଣ ଏବଂ ଆଧାରକୁ ନେଇ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍ ।
ଚିଦାମ୍ବରମ୍ କହିଛନ୍ତି କି, ଦୃଢନିଶ୍ଚୟୀ ପ୍ରୟାସ ଦ୍ୱାରା ହିଁ ଗଙ୍ଗା ନଦୀର ସଫେଇ ହୋଇ ପାରିଛି ଏବଂ ସେ ଏହାକୁ ନେଇ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି । ପ୍ରତ୍ୟେକ ସରକାର କିଛି ନା କିଛି ଆରମ୍ଭ କରିଥାନ୍ତି ଯାହା ଦେଶ ପାଇଁ ଲାଭକାରୀ ହୋଇଥାଏ ।
ଏହାସହିତ ମୋଦି ସରକାରଙ୍କ ପ୍ରଶଂସା କରି ଚିଦାମ୍ବରମ୍ କହିଛନ୍ତି କି , ତାଙ୍କର ରାଷ୍ଟ୍ରୀୟ ରାଜମାର୍ଗ ନିର୍ମାଣକୁ ସଫଳତା ମିଳିଛି । ସେ ପ୍ରତ୍ୟେକ ଦିନ ଜରୁରୀକାଳୀନ ୟୁପିଏ ସରକାରଙ୍କ ଠାରୁ ଅଧିକ କିଲୋମିଟର ରାସ୍ତା ନିର୍ମାଣ କରୁଛନ୍ତି । ମୋତେ ଲାଗୁଛି କି ଆଗାମୀ ସରକାର ବି ଏହାଠାରୁ ଅଧିକ ରାସ୍ତା ନିର୍ମାଣ କରିବେ ।
ଖବରମୁତାବକ, ଗଙ୍ଗା ନଦୀ ସଫେଇ ପାଇଁ କେନ୍ଦ୍ର ସରକାର ଏକ ଅଲଗା ମନ୍ତ୍ରାଳୟ ଗଠନ କରିଛନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ କହିଥିଲେ କି ଭାରତ ଏକ ଖାଲମୁକ୍ତ ରାଜରାସ୍ତା ର ଦେଶ ହେବ ଏବଂ ତେର ମାସ ମଧ୍ୟରେ ହିଁ ଗଙ୍ଗା ନଦୀ ପ୍ରଦୂଷଣରୁ ମୁକ୍ତ ହେବ । ସେ ଆହୁରୀ ମଧ୍ୟ କହିଥିଲେ କି ରାଜମାର୍ଗର ଲମ୍ବାକୁ ବଢାଇ ଦିଆଯାଇଛି । ବିହାରରେ ୫୦ ବର୍ଷ ମଧ୍ୟରେ ଯେତିକି କାମ ହୋଇ ନାହିଁ ସେହି ସବୁ କାମ ପାଞ୍ଚବର୍ଷ ମଧ୍ୟରେ ହେବ ।