ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏଣିକି କରୋନାରେ ମୃତ୍ୟୁ ବରଣ କରୁଥିବା ଯବାନଙ୍କୁ ସହିଦର ସମ୍ନାନ ମିଳିବ । ସହିଦର ଦର୍ଜା ମିଳିବ । ଏନେଇ ସୁରକ୍ଷାବଳ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଏବେ ଗୃହ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । କରୋନାରେ ଯବାନଙ୍କର ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୂରଣ କରାଯିବ । ଏଥିପାଇଁ ଭାରତ ବୀର ପୋର୍ଟାଲରେ ଆକାଉଣ୍ଟ ନମ୍ବର ଓ ଅନ୍ୟ ତଥ୍ୟ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଏହି ଫଣ୍ଡ ୨୦୧୭ ମସିହାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶହିଦଙ୍କ ପାଇଁ ଅର୍ଥରାଶି ଏକତ୍ର କରିବା ପାଇଁ ଏହି ଫଣ୍ଡ କରାଯ୍ଧବଥିଲା । ୨୦୧୮ ମସିହାରେ ୧୯.୪୩ କୋଟି ହୋଇଥିବା ବେଳେ ପୁଲୱାମା ଆକ୍ରମଣ ସମୟରେ ୨୫୦ କୋଟି ଟଙ୍କା ଏକତ୍ର କରାଯାଇଥିଲା ।