ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କରୋନା ବେକାବୁ ହେଉଥିବା ବେଳେ ଭାରତରେ ମଧ୍ୟ କରୋନା ଦିନକୁ ଦିନ ବେକାବକୁ ହେବାରେ ଲାଗିଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦୦ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୦ ଟପି ଯାଇଛି । ତେବେ ଏଭଳି ଏକ ସଂଙ୍କଟମୟ ସମୟରେ କିଭଳି ରାଜ୍ୟମାନେ କରୋନା ସହିତ ଲଢେଇ କରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ସରକାରଙ୍କ ସହିତ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ଲକ ଡାଉନ କିଭଳି ସମସ୍ତ ରାଜ୍ୟରେ କଡାକଡି ଭାବେ ପାଳନ ହେବ ସେ ଉପରେ ରାଜ୍ୟ ସରକାର କଡା ଦୃଷ୍ଟି ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ଯେଉଁରାଜ୍ୟରୁ ଜମାତମାନେ ଦିଲ୍ଲୀରେ ହୋଇଥିବା ସମାବେଶରେ ଯୋଗ ଦେଇଥିଲେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ଯେଉଁ ରାଜ୍ୟର ଲୋକ ଯେଉଁ ରାଜ୍ୟରେ ରହିଛନ୍ତି ସମ୍ପୃକ୍ତ ରାଜ୍ୟ ସେମାନଙ୍କ ଭଲ ଖାଦ୍ୟ ପେୟ କଥା ବୁଝିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।