ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶ ଏବେ ୨୧ ଦିନିଆ ଲକ ଡାଉନରେ ରହିଥିବାରୁ ସାଧାରଣ ଲୋକ ଏବେ କାମ ଧନ୍ଧା ନଥିବାରୁ ବହୁ ଅସୁବିଧାର ସମ୍ମୁୂଖୀନ ହେଉଛନ୍ତି । ଏହି ଅବସରରେ ଜନଧନ ଆକାଉଣ୍ଟରେ କେନ୍ଦ୍ର ଟଙ୍କା ଦେବାକୁ ସ୍ଥିର କରିଛିି । ତେବେ ଏଥିପାଇଁ କେନ୍ଦ୍ର ସରକାର ବ୍ୟାଙ୍କ ଆକାଉଣ୍ଟରେ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ । ତେବେ ଆସନ୍ତୁ ଜାଣିବା କେବେ ଓ କେଉଁ ତାରିଖରେ କେଉଁ ଆକାଉଣ୍ଟକୁ ଯିବ ଟଙ୍କା ।
ଆକାଉଣ୍ଟ ନମ୍ବର ଶେଷ ଅଙ୍କ ୦ ଓ ୧ ରହିଛି ସେହି ଆକାଉଣ୍ଟକୁ ଏପ୍ରିଲ ୩ ରେ ଟଙ୍କା ଯିବ ।
ସେହିଭଳି ଶେଷ ଅଙ୍କ ୨ ଓ ୩ ଥିଲେ ଏପ୍ରିଲ ୪ ତାରିଖରେ ଟଙ୍କା ଯିବ ।
ଶେଷ ଅଙ୍କ ୪ ଓ ୫ ରହିଥିଲେ ୭ ତାରିଖରେ ଟଙ୍କା ଯିବ ।
୬ ଓ ୭ ଶେଷ ଅଙ୍କ ରହିଥିଲେ ୮ ତାରିଖରେ ଟଙ୍କା ଯିବ ।
ଆକାଉଣ୍ଟର ଶେଷ ନମ୍ବର ୮ ଓ ୯ ରହିଥିଲେ ସେହି ଆକାୁଣ୍ଟକୁ ଏପ୍ରିଲ ୯ ତାରିଖରେ ଟଙ୍କା ଯିବ ।